ଆଜିଠାରୁ +୩ ୨ୟ ପର୍ଯ୍ୟାୟ ନାମଲେଖା ଆରମ୍ଭ
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଉଛି +୩ ନାମଲେଖା ୨ୟ ପର୍ଯ୍ୟାୟ I ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବାକୁ ଥିବାବେଳେ ୨୨ ରେ ପ୍ରକାଶ ପାଇବ ମେଧା ତାଲିକା I ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ରାଉଣ୍ଡ ଆଡମିଶନ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ କରାଯିବ। ତେବେ ଯୁକ୍ତ ୩ର ପ୍ରଥମ ପର୍ଯ୍ୟପରେ ୧ ଲକ୍ଷ ୧୧ ହଜାର ୧୦୮ ଟି ସିଟ୍ ଖାଲିଥିବାରୁ ସିଟ୍ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା […]
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଉଛି +୩ ନାମଲେଖା ୨ୟ ପର୍ଯ୍ୟାୟ I ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବାକୁ ଥିବାବେଳେ ୨୨ ରେ ପ୍ରକାଶ ପାଇବ ମେଧା ତାଲିକା I ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ରାଉଣ୍ଡ ଆଡମିଶନ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ କରାଯିବ। ତେବେ ଯୁକ୍ତ ୩ର ପ୍ରଥମ ପର୍ଯ୍ୟପରେ ୧ ଲକ୍ଷ ୧୧ ହଜାର ୧୦୮ ଟି ସିଟ୍ ଖାଲିଥିବାରୁ ସିଟ୍ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି । ସାମ୍ସ ୱେବ୍ସାଇଟ୍ରେ ୪ ତାରିଖ ମଧ୍ୟାହ୍ନ ୧୨ଟାରୁ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ ।
ସୂଚନାଯୋଗ୍ୟ, ରାଜ୍ୟର ମୋଟ ୧,୦୪୦ ଡିଗ୍ରୀ କଲେଜରେ ୨,୭୦,୧୬୩ ସିଟ୍ ରହିଛି। ସେଥିମଧ୍ୟରୁ ୧,୫୯,୦୫୫ ଜଣ ନାମ ଲେଖାଇଥିବା ବେଳେ ୧,୧୧,୧୦୮ ସିଟ୍ ଖାଲି ପଡ଼ିଥିବା ଜଣାପଡ଼ିଛି। ଏନେଇ ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲ।




