ଆଜି ସରିବ +୩ ଅନଲାଇନ ନାମଲେଖା ଆବେଦନ

ଭୁବନେଶ୍ଵର : ଆଜି ସରିବ ଚଳିତ ଶିକ୍ଷା ବର୍ଷରେ +୩ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା। ଆଜି ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀମାନେ ସାମସ୍‌‌ ପୋର୍ଟାଲ୍‌‌ www.samsodisha.gov.inରେ ଆବେଦନ କରିପାରିବେ। ଆବେଦନପତ୍ରରେ କୌଣସି ତ୍ରୁଟି ଥିଲେ ୧୮ ଓ ୧୯ ତାରିଖ ଦିନ ତାକୁ ସଂଶୋଧନ କରିପାରିବେ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ୨୫ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ। ନାମଲେଖା ପାଇଁ ଚୟନ ହୋଇଥିବା କଲେଜରେ ନାମ ଲେଖାଇବାକୁ ଇଚ୍ଛୁକ ଥିଲେ ଛାତ୍ରଛାତ୍ରୀମାନେ […]

Samaya Live Picture
Published On

ଭୁବନେଶ୍ଵର : ଆଜି ସରିବ ଚଳିତ ଶିକ୍ଷା ବର୍ଷରେ +୩ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା। ଆଜି ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀମାନେ ସାମସ୍‌‌ ପୋର୍ଟାଲ୍‌‌ www.samsodisha.gov.inରେ ଆବେଦନ କରିପାରିବେ। ଆବେଦନପତ୍ରରେ କୌଣସି ତ୍ରୁଟି ଥିଲେ ୧୮ ଓ ୧୯ ତାରିଖ ଦିନ ତାକୁ ସଂଶୋଧନ କରିପାରିବେ।

ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ୨୫ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ। ନାମଲେଖା ପାଇଁ ଚୟନ ହୋଇଥିବା କଲେଜରେ ନାମ ଲେଖାଇବାକୁ ଇଚ୍ଛୁକ ଥିଲେ ଛାତ୍ରଛାତ୍ରୀମାନେ ଫ୍ରିଜ୍‌‌ ଅପସନ୍‌‌ ଦେଇପାରିବେ। ଅନ୍ୟଥା ସ୍ଲାଇଡ୍‌‌ ଅପସନ୍‌‌ ଦେଇପାରିବେ। ୨୫ରୁ ୨୮ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ। ସେହିପରି ଚୟନ ହୋଇଥିବା କଲେଜରେ ୨୬ତାରିଖରୁ ୨୯ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ।

ଅନୁରୂପ ଭାବେ ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୬ ତାରିଖରୁ ୯ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ। ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯାୟରେ ମନୋନୀତ ଛାତ୍ରଛାତ୍ରୀ ନାମଲେଖାଇପାରିବେ। ଅଗଷ୍ଟ ପହିଲାରୁ +୩ ପ୍ରଥମ ବର୍ଷ ପାଠପଢ଼଼ା ଆରମ୍ଭ ହେବାନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁସାରେ,ଗତ ୩ ତାରିଖରୁ ଆବେଦନ ପ୍ରକ୍ରିୟା ଚାଲିଥିବାବେଳେ ଆଜି ସୁଦ୍ଧା ମୋଟ ୨ ଲକ୍ଷ ୧୦ ହଜାର ପିଲା ନାମଲେଖା ପାଇଁ ଆବେଦନ କରିଛନ୍ତି I ଏଥିରୁ ୨ ଲକ୍ଷ ୮ ହଜାର ପିଲା ଅନଲାଇନ ଫି ଦାଖଲ କରିଛନ୍ତି I ଚଳିତ ବର୍ଷ ୧୦୫୭ ଟି କଲେଜରେ ନାମଲେଖା ପାଇଁ ମୋଟ ୨ ଲକ୍ଷ ୪୭ ହଜାର ୫୦୭ ଟି ସିଟ ରହିଛି I ଚଳିତ ବର୍ଷ ସିଟ ସଂଖ୍ୟାର ୬୦ ହଜାର ପିଲା କମ ଆବେଦନ କରିଛନ୍ତି I

ଚଳିତ ବର୍ଷ ୨ ଟି ପର୍ଯ୍ୟାୟରେ ନାମଲେଖା ହେବ I କଲା,ବିଜ୍ଞାନ,ବାଣିଜ୍ୟରେ ସ୍ନାତକ ନାମଲେଖା ସହ ୪ ବର୍ଷିଆ ଇଣ୍ଡିଜରେଟେଡ଼ B.ED ଏବଂ M .ED ପାଇଁ ମନଲେଖା କରାଯିବ I

Tags: