ଦୁର୍ଘଟଣାରେ ଗୋଟିଏ ପରିବାରର ୩ ମୃତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ବଣାଇ ରେଙ୍ଗାଲବେଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ସ୍କୋର୍ପିଓକୁ ଧକ୍କା ଦେଲା ହାଇୱା I ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି I ଆଜି ଭୋର ସମୟରେ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି I ଏମାନଙ୍କ ମଧ୍ୟରେ I ଗୁରୁତରଙ୍କୁ ପ୍ରଥମେ କୋଇଡା ଡାକ୍ତରଖାନା ଏବଂ ପରେ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି। ଖବରପାଇ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ବଣାଇ ରେଙ୍ଗାଲବେଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ସ୍କୋର୍ପିଓକୁ ଧକ୍କା ଦେଲା ହାଇୱା I ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି I ଆଜି ଭୋର ସମୟରେ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି I ଏମାନଙ୍କ ମଧ୍ୟରେ I ଗୁରୁତରଙ୍କୁ ପ୍ରଥମେ କୋଇଡା ଡାକ୍ତରଖାନା ଏବଂ ପରେ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି। ଖବରପାଇ କୋଇଡା ଆଇଆଇସି ମନୋରଞ୍ଜନ କୁମ୍ବାରଙ୍କ ସମେତ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାନୁସାରେ,ମଙ୍ଗଳବାର କୋଇଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ଧ୍ୟାରାଣୀ ନାଏକଙ୍କ ପରିବାର ୫ଜଣ ଏକ ସ୍କରପିଓ ଗାଡ଼ିରେ କେନ୍ଦୁଝର ଜିଲାକୁ ବିବାହ ଭୋଜି ଖାଇବାକୁ ଯାଇଥିଲେ। ରାତିରେ କୋଇଡା ଫେରୁଥିଲେ । ସେହି ସମୟରେ ଏକ ହାଇଓ୍ବା ଟ୍ରକ୍ ସ୍କରପିଓକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଶିଶୁ ସମେତ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି I




