ପୋଲିସ ଗୁଳିରେ ୩ ଟଳିଲେ ମାଓବାଦୀ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ମଦନପୁର ରାମପୁର ଥାନା ଅନ୍ତର୍ଗତ ତୁରଙ୍ଗ ରିଜର୍ଭ ଫରେଷ୍ଟରେ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବାର ଖବର ମିଳିଛି। ଏହି ଗୁଳି ବିନିମୟରେ ଏପର୍ଯ୍ୟନ୍ତ ୩ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ମଦନପୁର ରାମପୁର ଥାନା ଗୁଳି ବିନିମୟ ହୋଇଛି । ଆଜି ସକାଳ ୧୦ଟା ବେଳେ ଏହି ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ସମୟରେ […]

Samaya Live Picture
Published On

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ମଦନପୁର ରାମପୁର ଥାନା ଅନ୍ତର୍ଗତ ତୁରଙ୍ଗ ରିଜର୍ଭ ଫରେଷ୍ଟରେ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବାର ଖବର ମିଳିଛି। ଏହି ଗୁଳି ବିନିମୟରେ ଏପର୍ଯ୍ୟନ୍ତ ୩ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ମଦନପୁର ରାମପୁର ଥାନା ଗୁଳି ବିନିମୟ ହୋଇଛି । ଆଜି ସକାଳ ୧୦ଟା ବେଳେ ଏହି ଗୁଳି ବିନିମୟ ହୋଇଥିଲା ।

ଏହି ଗୁଳି ବିନିମୟ ସମୟରେ ଜଣେ ବରିଷ୍ଠ ସିଆରପିଏଫ ଅଧିକାରୀଙ୍କୁ ମଧ୍ୟ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବଲାଙ୍ଗୀର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି।

ସୂଚନାନୁସାରେ ଗତ କିଛି ଦିନ ପୂର୍ବେ ଛତିଶଗଡରେ ହୋଇଥିବା ମାଓ ଆକ୍ରମଣ ପରେ ପରେ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଥିଲା । କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି I ଏହି କାରଣରୁ ନକ୍ସଲ ମାନେ ଛତ୍ରଭଙ୍ଗ ଦେଇ ଏବେ ଓଡ଼ିଶା ମୁହାଁ ହେବେ ବୋଲି ପୋଲିସ ବିଭାଗ ପକ୍ଷରୁ ସତର୍କ କରାଯାଇଥିଲା ।

Tags: