ଛେଳି ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଲୁଟ
ସୁନ୍ଦରଗଡ଼:ଛେଳି ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟ । ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ବଘିଆବେର୍ଣ୍ଣି ଗାଁ ରେ ଘଟିଛି ଏହି ଘଟଣା । ଗାଁର ଜଣେ ଛେଳି ବ୍ୟବସାୟୀ ବ୍ୟାଗରେ ୩ ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ୪ ଜଣ ଦୁର୍ବୁତ୍ତ ବାଇକରେ ତାଙ୍କ ପିଛା କରିଥିଲେ । ଏହି ସମୟରେ ନିଛାଟିଆ ସ୍ଥାନ ଦେଖି ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାକୁ ନେଇ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ […]
ସୁନ୍ଦରଗଡ଼:ଛେଳି ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟ । ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ବଘିଆବେର୍ଣ୍ଣି ଗାଁ ରେ ଘଟିଛି ଏହି ଘଟଣା । ଗାଁର ଜଣେ ଛେଳି ବ୍ୟବସାୟୀ ବ୍ୟାଗରେ ୩ ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ୪ ଜଣ ଦୁର୍ବୁତ୍ତ ବାଇକରେ ତାଙ୍କ ପିଛା କରିଥିଲେ । ଏହି ସମୟରେ ନିଛାଟିଆ ସ୍ଥାନ ଦେଖି ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାକୁ ନେଇ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
Tags:




