ସମୁଦ୍ରରେ ଭାସିଗଲେ ୩ ସାଙ୍ଗ ,ଜଣେ ମୃତ, ଜଣେ ନିଖୋଜ

ଅସ୍ତରଙ୍ଗ : ପୁରୀଜିଲ୍ଲା ଅସ୍ତରଙ୍ଗ ବେଳାଭୂମିରେ ଭାସିଗଲେ ୩ ପର୍ଯ୍ୟଟକ I ଏମାନଙ୍କ ମଧ୍ୟରୁ ଜଣେ ଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ହୋଇଯାଇଛନ୍ତି। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନେ ଜଗତସିଂହପୁର ପିତେଇପୁର ଅଞ୍ଚଳର ୩ ସାଙ୍ଗ ବଣଭୋଜି କରିବାକୁ ପୀରଜାହାନିଆକୁ ଆସିଥିଲେ ବୋଲି ଜଣ ପଡିଛି I । ଘଟନାନୁସାରେ ଗତକାଲି ୩ ସାଙ୍ଗଙ୍କ ସହିତ ଅନ୍ୟମାନେ ଭୋଜି ସାରି ଅପରାହ୍ନ ପ୍ରାୟ ୪ଟା ବେଳେ ସମୁଦ୍ରରେ ଗାଧୋଇବା ବେଳେ […]

Samaya Live Picture
Published On

ଅସ୍ତରଙ୍ଗ : ପୁରୀଜିଲ୍ଲା ଅସ୍ତରଙ୍ଗ ବେଳାଭୂମିରେ ଭାସିଗଲେ ୩ ପର୍ଯ୍ୟଟକ I ଏମାନଙ୍କ ମଧ୍ୟରୁ ଜଣେ ଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ହୋଇଯାଇଛନ୍ତି। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନେ ଜଗତସିଂହପୁର ପିତେଇପୁର ଅଞ୍ଚଳର ୩ ସାଙ୍ଗ ବଣଭୋଜି କରିବାକୁ ପୀରଜାହାନିଆକୁ ଆସିଥିଲେ ବୋଲି ଜଣ ପଡିଛି I

। ଘଟନାନୁସାରେ ଗତକାଲି ୩ ସାଙ୍ଗଙ୍କ ସହିତ ଅନ୍ୟମାନେ ଭୋଜି ସାରି ଅପରାହ୍ନ ପ୍ରାୟ ୪ଟା ବେଳେ ସମୁଦ୍ରରେ ଗାଧୋଇବା ବେଳେ ଲହଡ଼ିରେ ଭାସିଯାଇଥିଲେ। ସ୍ଥାନୀୟ ଯୁବକମାନେ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣ ଲହଡ଼ିରେ ଗଭୀର ସମୁଦ୍ରକୁ ଭାସିଯାଇଥିଲେ। ପରେ ସ୍ଥାନୀୟ ଯୁବକମାନେ ଆଉ ଜଣେ ଯୁବକଙ୍କୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ। ମାତ୍ର ତାଙ୍କୁ ଡାକ୍ତରଖାନାରେ ନେବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋ‌ଷଣା କରିଛନ୍ତି। ଅନ୍ୟପକ୍ଷରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅସ୍ତରଙ୍ଗ ଥାନା ଅଧିକାରୀ ପଞ୍ଚାନନ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଅଗ୍ନିଶମ ଓ ପୁଲିସ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

Tags: