ପୋଲ ତଳକୁ ସ୍କୁଟି ଖସି ୩ ସାଙ୍ଗଙ୍କ ମୃତ୍ୟୁ
କନ୍ଧମାଳ : ବ୍ରିଜ୍ ତଳକୁ ଖସିଲା ସ୍କୁଟି । ଘଟଣାସ୍ଥଳରେ ଚାଲିଗଲା ୩ ଜଣଙ୍କ ଜୀବନ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ମାନେ ୩ ସାଙ୍ଗ ବୋଲି ଜଣାପଡିଛି I ସେମାନେ ହେଲେ ରାଇକିଆର ବସନ୍ତ ପଣ୍ଡା ଓ ବେରେଡ଼ାକିଆର ବ୍ରହ୍ମାନନ୍ଦ ଭୋଇ ଓ କୁଶଲ ଦିଗାଲ। ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ୩ ଜଣ ସାଙ୍ଗ ଦଣ୍ଡନାଚ […]
କନ୍ଧମାଳ : ବ୍ରିଜ୍ ତଳକୁ ଖସିଲା ସ୍କୁଟି । ଘଟଣାସ୍ଥଳରେ ଚାଲିଗଲା ୩ ଜଣଙ୍କ ଜୀବନ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ମାନେ ୩ ସାଙ୍ଗ ବୋଲି ଜଣାପଡିଛି I ସେମାନେ ହେଲେ ରାଇକିଆର ବସନ୍ତ ପଣ୍ଡା ଓ ବେରେଡ଼ାକିଆର ବ୍ରହ୍ମାନନ୍ଦ ଭୋଇ ଓ କୁଶଲ ଦିଗାଲ।
ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ୩ ଜଣ ସାଙ୍ଗ ଦଣ୍ଡନାଚ ଦେଖି ବାବୁଲିଆରୁ ଘରକୁ ଫେରୁଥିଲେ। ଏହି ସମୟରେ ମଣ୍ଡାକିଆ ବୁଡ଼ାମାହା ନିକଟରେ ସ୍କୁଟିଟି ଭାରସାମ୍ୟ ହରାଇ ବ୍ରିଜରେ ଥିବା ବାଡ଼ାକୁ ଧକ୍କା ଦେଇଥିଲା। ପରେ ସମସ୍ତେ ସ୍କୁଟି ସହ ବ୍ରିଜର ତଳକୁ ଖସିପଡ଼ିଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ବୁଡ଼ାମାହା ନିକଟରେ ତିନି ଯୁବକ ପଡ଼ିଥିବା ଦେଖି ରାଇକିଆ ପୁଲିସକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ରାଇକିଆ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।




