+୩ ନାମଲେଖା ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ୱର : ବୃଦ୍ଧି ହେଲା ୨ୟ ପର୍ଯ୍ୟାୟ +୩ ନାମଲେଖା ଆବେଦନ ଅବଧି । ସେପ୍ଟେମ୍ବର ୨ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି ପାଇଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ସଂସ ପୋର୍ଟାଲ ମାଧ୍ୟମରେ ୨ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । କୌଣସି ତ୍ରୁଟି ଥିଲେ ୩ ତାରିଖରେ ସଂଶୋଧନ କରିପାରିବେ। ସେପ୍ଟେମ୍ୱର ୧୦ତାରିଖ ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୧ରୁ ୧୩ତାରିଖ ମଧ୍ୟରେ ନାମଲେଖାଇ […]

Samaya Live Picture
Published On

ଭୁବନେଶ୍ୱର : ବୃଦ୍ଧି ହେଲା ୨ୟ ପର୍ଯ୍ୟାୟ +୩ ନାମଲେଖା ଆବେଦନ ଅବଧି । ସେପ୍ଟେମ୍ବର ୨ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି ପାଇଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ସଂସ ପୋର୍ଟାଲ ମାଧ୍ୟମରେ ୨ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । କୌଣସି ତ୍ରୁଟି ଥିଲେ ୩ ତାରିଖରେ ସଂଶୋଧନ କରିପାରିବେ। ସେପ୍ଟେମ୍ୱର ୧୦ତାରିଖ ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୧ରୁ ୧୩ତାରିଖ ମଧ୍ୟରେ ନାମଲେଖାଇ ପାରିବେ।

ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ୧୭ତାରିଖ ଅପରାହ୍ନ ୪ଟାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନୋଟିସ ବୋର୍ଡ ଏବଂ ୱେବ୍‌‌ସାଇଟରେ ପ୍ରକାଶ କରିବେ ଏବଂ ୧୮ ଓ ୧୯ ତାରିଖରେ ତାଙ୍କ ନାମଲେଖା ହେବ। ଏହାପରେ ସିଟ୍‌‌ ବଳକା ରହିଲେ ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ ଶିକ୍ଷାନୁଷ୍ଠନ ପକ୍ଷରୁ କଲ୍‌‌ ଓ ହ୍ୱାଟ୍ସଆପ୍‌‌ ଜରିଆରେ ନାମଲେଖା ପାଇଁ ଅବଗତ କରାଯାଇ ୨୦ ଓ ୨୧ଲ ତାରିଖରେ ସେମାନଙ୍କ ନାମଲେଖା କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Tags: