ଟ୍ରକ ଧକ୍କାରେ ୩ କର୍ମଚାରୀଙ୍କ ମୃତ୍ୟୁ

ବରଗଡ଼ : ଟ୍ରକ୍ ଧକ୍କାରେ ଚାଲିଗଲା ତିନି ଜୀବନ । ଗତକାଲି ବିଳମ୍ବିତ ରାତିରେ ରାସ୍ତା କାମ ଚାଲୁଥିବାବେଳେ NHAIର ୩ ଠିକା କର୍ମଚାରୀଙ୍କ ଜୀବନ ଯାଇଛି I ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ୩ କର୍ମଚାରୀ ଅଶୋକା କମ୍ପାନୀରେ କାର୍ଯ୍ୟରତ ଥିଲେ I ସେମାନେ ହେଲେ ସୋହେଲା ବ୍ଲକ ବନ୍ଦଳା ଗାଁର ପାର୍ଥବ ସାହୁ, ସୋହେଲା ଗାଁ ର ବିକାଶ ଷଣ୍ଢ ଓ ଜଗତସିଂପୁର ର […]

Samaya Live Picture
Published On

ବରଗଡ଼ : ଟ୍ରକ୍ ଧକ୍କାରେ ଚାଲିଗଲା ତିନି ଜୀବନ । ଗତକାଲି ବିଳମ୍ବିତ ରାତିରେ ରାସ୍ତା କାମ ଚାଲୁଥିବାବେଳେ NHAIର ୩ ଠିକା କର୍ମଚାରୀଙ୍କ ଜୀବନ ଯାଇଛି I ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ୩ କର୍ମଚାରୀ ଅଶୋକା କମ୍ପାନୀରେ କାର୍ଯ୍ୟରତ ଥିଲେ I ସେମାନେ ହେଲେ ସୋହେଲା ବ୍ଲକ ବନ୍ଦଳା ଗାଁର ପାର୍ଥବ ସାହୁ, ସୋହେଲା ଗାଁ ର ବିକାଶ ଷଣ୍ଢ ଓ ଜଗତସିଂପୁର ର ସୁବ୍ରତ ମଲ୍ଲିକ । ଖବର ପାଇ ଘଣାସ୍ଥଳରେ ବରଗଡ଼ ପୋଲିସ ପହଁଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇଛି I ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା ଘଟାଇଥିବା ଟ୍ରକଟି ଧରାପଡ଼ି ନଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି I

ଅନ୍ୟପଟେ ଆଜି କୋଣାର୍କ ପିପିଲି ଗୋପ ବାୟାକୁଦା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି I ଦୁଇ ମହିଳା ଆଜି ଭୋରରୁ ରାସ୍ତା କଡରେ ଫୁଲ ତୋଳୁଥିବାବେଳେ ଗୋପ ପଟୁ ଆସୁଥିବା ଏକ କାର ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା I ଏହାପରେ କାର ଟି ଭାରସାମ୍ୟ ହରାଇ କୋଣାର୍କ ପଟୁ ଆସୁଥିବା ଏକ ବାଇକ ଆରୋହୀଙ୍କୁ ପିଟିଥିଲା I ଘଟଣାସ୍ଥଳରେ ବଡମଠ ଗ୍ରାମର ରେଣୁ ବେହେରା (୭୦)ଙ୍କର ମୃତ୍ୟୁ ଘଟିଥିବାବେଳେ ବାୟାକୁଦା ଗ୍ରାମର ରଂଜିତା ବେହେରା (୪୮) ଓ ବାଇକ ଆରୋହୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି I

Tags: