IAS ସ୍ତରରେ ଅଦଳ ବଦଳ,ବଦଳିଲେ ୩ ଜିଲ୍ଲାପାଳ

ଭୁବନେଶ୍ୱର : ବରିଷ୍ଠ ପ୍ରଶାସନିକ ସ୍ତରରେ ସାମାନ୍ୟ ବଦଳି ହୋଇଛି ଇ ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର I ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ ଥାକରେଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ଦିଆଯାଇଛି । ସେହି ଅନୁସାରେ ପୁରୀ,ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାପାଳଙ୍କୁ ବଦଳି […]

Samaya Live Picture
Published On

ଭୁବନେଶ୍ୱର : ବରିଷ୍ଠ ପ୍ରଶାସନିକ ସ୍ତରରେ ସାମାନ୍ୟ ବଦଳି ହୋଇଛି ଇ ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର I ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ ଥାକରେଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ଦିଆଯାଇଛି ।

ସେହି ଅନୁସାରେ ପୁରୀ,ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାପାଳଙ୍କୁ ବଦଳି କରାଯାଇଛି । ସିଦ୍ଧାର୍ଥ ଶେଖର ସ୍ୱାଇଁ ପୁରୀ ଜିଲାପାଳ, ଆଶିଷ ଠକରେ ବାଲେଶ୍ୱର ଜିଲାପାଳ ହୋଇଥିବା ବେଳେ ମୟୂରଭଞ୍ଜ ଜିଲାପାଳ ହୋଇଛନ୍ତି ଦତ୍ତାତ୍ରେୟ ଭାଉସାହେବ ସିଂଦେ। ସେହିପରି ପୁରୀ ଜିଲାପାଳ ଥିବା ବିଜୟ କୁମାର ଦାସଙ୍କୁ ସିଏମସି କମିଶନର ଭାବେ ବଦଳି କରାଯାଇଛି ।

Tags: