ଟ୍ରକ ପିକଅପ ଭ୍ୟାନ୍ ଧକ୍କାରେ , ୩ ମୃତ; ୬ ଗୁରୁତର
ଯାଜପୁର :ଆଜି ସକାଳୁ ଚଣ୍ଡିଖୋଲ-ପାରାଦୀପ ୫୩ ନଂ ଜାତୀୟ ରାଜପଥ ଚାରିନଙ୍ଗଳଠାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛ ପଟୁ ଏକ ପିକ୍ଅପ୍ ଭ୍ୟାନ୍ରୁଧକ୍କା ଦେଇଥିଲା I ଫଳରେ ଭ୍ୟାନ୍ ରେ ଥିବା ୮ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା I ଅନ୍ୟ ଗୁରୁତରଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ […]
ଯାଜପୁର :ଆଜି ସକାଳୁ ଚଣ୍ଡିଖୋଲ-ପାରାଦୀପ ୫୩ ନଂ ଜାତୀୟ ରାଜପଥ ଚାରିନଙ୍ଗଳଠାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛ ପଟୁ ଏକ ପିକ୍ଅପ୍ ଭ୍ୟାନ୍ରୁଧକ୍କା ଦେଇଥିଲା I ଫଳରେ ଭ୍ୟାନ୍ ରେ ଥିବା ୮ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା I ଅନ୍ୟ ଗୁରୁତରଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡମେଡିକାଲରେ ଆଉ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ୬ ଗୁରୁତରଙ୍କର ଚିକିତ୍ସା ଚାଲିଛି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପିକଅପ୍ ଭ୍ୟାନର ଆଗପଟ ସଂପୂର୍ଣ୍ଣ ଚୁରମାର ହୋଇଯାଇଛି ।
ସୂଚନା ଅନୁସାରେ,ପିକ୍ଅପ୍ ଭ୍ୟାନ୍ରେ ସମସ୍ତ ୭ ଜଣ ଶୁଖୁଆ ବେପାରୀ I ସେମାନେ ସକାଳେ ଶୁଖୁଆ ଆଣିବାକୁ ପାରାଦୀପ ଅଭିମୁଖେ ଯାଉଥିଲେ। ଉକ୍ତ ଭ୍ୟାନ୍ ଆଗରେ ଡ୍ରାଇଭର ଓ ହେଲପର ଥିବା ବେଳେ ମହିଳା ଓ ପୁରୁଷ ଶୁଖୁଆ ବେପାରୀ ଗାଡ଼ି ଡାଲାରେ ବସିଥିଲେ। ଗାଡ଼ିଟି ଚଣ୍ଡିଖୋଲରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଚାରିନଙ୍ଗଲ ନିକଟରେ ରାସ୍ତା ପାର୍ଶ୍ୱରେ ଏକ ଆଇରନ୍ ବୋଝେଇ ଟ୍ରକ୍ ଛିଡ଼ା ହୋଇଥିଲା। ପିକ୍ଅପ୍ ଭ୍ୟାନଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରକ୍ ପଛ ପଟେ ପିଟି ହୋଇ ଯାଇଥିଲା। ତେବେ ସକାଳେ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହା ଯାଉଛି I ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପିକ୍ଅପ୍ ଭ୍ୟାନ୍ର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଥିବା ବେଳେ ଗାଡ଼ିରେ ଥିବା ଲୋକେ ଛିଟିକି ଦୂରରେ ପଡ଼ିଥିଲେ।
ଖବର ପାଇଁ ଚଣ୍ଡିଖୋଲା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରି ବଡ଼ଚଣା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଆହତମାନଙ୍କ ମଧ୍ୟରେ ପୁରୁଷ ଓ ମହିଳା ରହିଛନ୍ତି। ବାଲିଚନ୍ଦ୍ରପୁର ପୁଲିସ ତଦନ୍ତ ଆରମ୍ଭ କରିଛି।
ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଓ ଓଡ଼ିଶା ପୁଲିସର ମିଳିତ ସହଯୋଗରେ ରାଜ୍ୟବ୍ୟାପୀ ଦୁର୍ଘଟଣା ଜନିତ ମୃତ୍ୟୁଶୂନ୍ୟ ସପ୍ତାହ ପାଳନ ଚାଲିଥିବାବେଳେ ପ୍ରତିଦିନ ବଢି ଚାଲିଛି ଦୁର୍ଘଟଣା ଜନିତ ମୃତକଙ୍କ ସଂଖ୍ୟା I




