ସ୍କୁଟି-ବାଇକ ଧକ୍କାରେ ୩ ମୃତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି I ବାଲିଯୋଡ଼ା ନିକଟସ୍ଥ ବାଇଗଣବାଡିଆ ରାସ୍ତାରେ ଦୁଇଜଣ ଯୁବକ ଏକ ବାଇକ ରେ ଯାଉଥିବାବେଳେ ବିପରୀତ ଦିଗରୁ ସ୍କୁଟିରେ ଜଣେ ଯୁବକ ଆସୁଥିଲେ I ତେବେ ବାଇକଟି ଦ୍ରୁତ ଗତିରେ ଆସି ସ୍କୁଟିକୁ ସମ୍ନା ପଟୁ ଧକ୍କା ଦେଇଥିଲା I ଏଥିରେ ୩ ଜଣ ଯାକ ଯୁବକ […]

Samaya Live Picture
Published On

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି I ବାଲିଯୋଡ଼ା ନିକଟସ୍ଥ ବାଇଗଣବାଡିଆ ରାସ୍ତାରେ ଦୁଇଜଣ ଯୁବକ ଏକ ବାଇକ ରେ ଯାଉଥିବାବେଳେ ବିପରୀତ ଦିଗରୁ ସ୍କୁଟିରେ ଜଣେ ଯୁବକ ଆସୁଥିଲେ I ତେବେ ବାଇକଟି ଦ୍ରୁତ ଗତିରେ ଆସି ସ୍କୁଟିକୁ ସମ୍ନା ପଟୁ ଧକ୍କା ଦେଇଥିଲା I ଏଥିରେ ୩ ଜଣ ଯାକ ଯୁବକ ରାସ୍ତା ଉପରକୁ ଛିଟିକି ପଡି ଗୁରୁତର ହୋଇଥିଲେ I ଦୁର୍ଘଟଣା ଏତେ ଜୋର ହୋଇଥିଲା ଯେ ଗାଡି ୨ ଟି ପାଖାପାଖି ୨୦ ଫୁଟ ଦୁରକୁ ଛିଟିକି ପଡି ଚୁରମାର ହୋଇଯାଇଥିଲା I ବାଇକରେ ଯାଉଥିବା ୨ ଯୁବକଙ୍କ ଘର ଗୁଡ଼ିଆଲବନ୍ଧ ଏବଂ ସ୍କୁଟି ରେ ଯାଉଥିବା ଯୁବକଙ୍କ ଘର ଦଲକିଷୋଳରେ ହୋଇଥିବା ଜଣା ପଡିଛି I ଘଟଣାସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି I

Tags: