ଭୁବନେଶ୍ୱର ଉପକଣ୍ଠରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,୩ ମୃତ

ଖୋର୍ଦ୍ଧା :ଭୁବନେଶ୍ୱର ଉପକଣ୍ଠ ଇନଫୋଭ୍ୟାଲି ଥାନା ପୀତାପଲ୍ଲୀ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ-କାର୍ ଧକ୍କା ହୋଇ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱର ଉପକଣ୍ଠ ଗଙ୍ଗପଡ଼ା ରାସ୍ତାରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ସୂଚନା ଅନୁସାରେ ଆଜି ସକାଳୁ ବ୍ରହ୍ମପୁରରୁ ଏକ କାର୍‌ ଯୋଗେ କିଛି ଲୋକ ଭୁବନେଶ୍ୱରପଟକୁ ଆସୁଥିଲେ । ଗଙ୍ଗପଡ଼ା ଜାତୀୟ ରାଜପଥ ନିକଟରେ କାର୍‌କୁ ଏକ […]

ଭୁବନେଶ୍ୱର ଉପକଣ୍ଠରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,୩ ମୃତ
Samaya Live Picture
Published On

ଖୋର୍ଦ୍ଧା :ଭୁବନେଶ୍ୱର ଉପକଣ୍ଠ ଇନଫୋଭ୍ୟାଲି ଥାନା ପୀତାପଲ୍ଲୀ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ-କାର୍ ଧକ୍କା ହୋଇ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱର ଉପକଣ୍ଠ ଗଙ୍ଗପଡ଼ା ରାସ୍ତାରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା ।

ସୂଚନା ଅନୁସାରେ ଆଜି ସକାଳୁ ବ୍ରହ୍ମପୁରରୁ ଏକ କାର୍‌ ଯୋଗେ କିଛି ଲୋକ ଭୁବନେଶ୍ୱରପଟକୁ ଆସୁଥିଲେ । ଗଙ୍ଗପଡ଼ା ଜାତୀୟ ରାଜପଥ ନିକଟରେ କାର୍‌କୁ ଏକ ଟ୍ରକ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଦୁର୍ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ କାର୍‌ର ଡୋର କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ଗୁରୁତରଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ପୁରୀ ଚନ୍ଦନପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Tags: