୨ ଟି ସଡକ ଦୁର୍ଘଟଣାରେ ୩ ମୃତ

ଭୁବନେଶ୍ୱର/ମୟୁରଭଞ୍ଜ : ଆଜି ସକାଳୁ ସକାଳୁ ୨ ଟି ପୃଥକ ସ୍ଥାନରେ ଘଟିଯାଇଛି ୨ ଟି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଠାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟ ସ୍ଥାନରେ ଅଜଣା ଗାଡି ଧକ୍କାରେ ବାପ ଓ ପୁଅଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ପ୍ରଥମ ଦୁର୍ଘଟଣାଟି ଘଟିଛି ଭୁବନେଶ୍ୱର ଘାଟିକିଆ ଛକରେ । କଲେଜ ବସ ଧକ୍କାରେ ସ୍ଥାନୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାଁ ସୌମ୍ୟ ରଞ୍ଜନ […]

Samaya Live Picture
Published On

ଭୁବନେଶ୍ୱର/ମୟୁରଭଞ୍ଜ : ଆଜି ସକାଳୁ ସକାଳୁ ୨ ଟି ପୃଥକ ସ୍ଥାନରେ ଘଟିଯାଇଛି ୨ ଟି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଠାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟ ସ୍ଥାନରେ ଅଜଣା ଗାଡି ଧକ୍କାରେ ବାପ ଓ ପୁଅଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ପ୍ରଥମ ଦୁର୍ଘଟଣାଟି ଘଟିଛି ଭୁବନେଶ୍ୱର ଘାଟିକିଆ ଛକରେ । କଲେଜ ବସ ଧକ୍କାରେ ସ୍ଥାନୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାଁ ସୌମ୍ୟ ରଞ୍ଜନ ସାହୁ ହୋଇଥିବା ବେଳେ ତାଙ୍କ ବୟସ ୩୩ ବର୍ଷ ବୋଲି ଜଣାପଡିଛି । ସେ ରାଜଧାନୀ ଉପକଣ୍ଠ ପାଇକରାପୁର ଗାଁର ବାସିନ୍ଦା ବୋଲି ସୂଚନା ମିଳିଛି ।

ମଙ୍ଗଳବାର ସକାଳ ସମୟରେ ସୌମ୍ୟରଞ୍ଜନ ଜଗନ୍ନାଥ ବିହାରରେ ଥିବା ନିଜ ଦୋକାନ ଖୋଲିବାକୁ ଆସୁଥିଲେ । ଏହି ସମୟରେ ଭୁବନେଶ୍ୱର ଉପକଣ୍ଠ ପାଇକରାପୁର ରୋଡ ନିକଟରେ ପଛପଟୁ ଏକ କଲେଜ୍‌ ବସ୍‌ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ବେପାରୁଆ ଗାଡ଼ି ଚାଳନାକୁ ଦାୟୀ କରି ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକ । ଇନ୍‌ଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଅନ୍ୟପଟେ ଆଜି ସକାଳେ ୪୯ ନମ୍ବର ଜାତୀୟ ରାଜପଥ ଦ୍ଵାରଶୁଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଜଣା ଗାଡ଼ି ଧକ୍କାରେ ବାପ ଓ ପୁଅଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ଦୁଇଜଣ ବହଳଦା ଥାନା ଅନ୍ତର୍ଗତ ଖେଜୁରୀତାଣ୍ଡି ଅଞ୍ଚଳର ଏମଡି ଲୁକେମନ୍ ଓ ପୁଅ ଏସକେ ସାହିଲ । ବାଇକଟି ରାଜପଥରେ ପଡିଥିବାବେଳେ ଦୁଇ ଜଣଙ୍କ ମୁଣ୍ଡ ଉପରେ ଅଜଣା ଗାଡ଼ି ଚଢ଼ି ଚାଲିଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଶରୀର ରାସ୍ତା ଉପରେ ପଡିଥିବା ଦେଖି ବାଙ୍ଗିରିପୋଷି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଚଳାଇଛି ।

 

Tags: