ପୋଖରୀ ରେ ବୁଡି ଗୋଟିଏ ପରିବାରର ୩ ମୃତ
କେନ୍ଦୁଝର : ପୋଖରୀରେ ବୁଡି ମା’ପୁଅ ଝିଅଙ୍କ ମୃତ୍ୟୁ । ଗାଧୋଇବାବେଳେ ପୁଅ ଝିଅ ପାଣିରେ ବୁଡି ଯାଉଥିବାର ଦେଖି ଉଦ୍ଧାର କରିବାକୁ ଯାଇଥିଲେ ମା’ । କିନ୍ତୁ ଭାଗ୍ୟର ବିଡମ୍ବନା ପିଲାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଏକ ସହିତ ତିନିହେଁ ବୁଡି ଯାଇ ପ୍ରାଣ ହରାଇଛନ୍ତି । ଏଭଳି ଦୁଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଣାପସୀ ଗ୍ରାମରେ । ଆଜି ମୃତକ ମାନେ ହେଲେ କାମିନୀ ମହାକୁଡ଼, ଓମ୍ ପ୍ରକାଶ ମହାକୁଡ଼ […]
କେନ୍ଦୁଝର : ପୋଖରୀରେ ବୁଡି ମା’ପୁଅ ଝିଅଙ୍କ ମୃତ୍ୟୁ । ଗାଧୋଇବାବେଳେ ପୁଅ ଝିଅ ପାଣିରେ ବୁଡି ଯାଉଥିବାର ଦେଖି ଉଦ୍ଧାର କରିବାକୁ ଯାଇଥିଲେ ମା’ । କିନ୍ତୁ ଭାଗ୍ୟର ବିଡମ୍ବନା ପିଲାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଏକ ସହିତ ତିନିହେଁ ବୁଡି ଯାଇ ପ୍ରାଣ ହରାଇଛନ୍ତି । ଏଭଳି ଦୁଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଣାପସୀ ଗ୍ରାମରେ । ଆଜି ମୃତକ ମାନେ ହେଲେ କାମିନୀ ମହାକୁଡ଼, ଓମ୍ ପ୍ରକାଶ ମହାକୁଡ଼ (୭) ଓ ସୁନୀତା ମହାକୁଡ଼ (୫)। ଆଜି ସକାଳ ୧୧ ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଗ୍ରାମବାସୀ ମିଶି ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଘଟଗାଁ ମେଡିକାଲରେ ଭର୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏଣେ ଏହି ଖବର ପ୍ରଘଟ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।




