ଛତାବର ରାସ୍ତାକଡ଼ରେ ୩ ମୃତଦେହ,ହତ୍ୟା ନା ଦୁର୍ଘଟଣା ସନ୍ଦେହ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତାକଡ଼ରେ ୩ ମୃତଦେହ ପଡିଥିବାର ଖବର ମିଳିଛି । ଏହି ଖବର ପ୍ରଚାରିତ ହେବାପରେ ରାସ୍ତାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା Iଏହା ହତ୍ୟା କିମ୍ବା ଦୁର୍ଘଟଣା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ I ଖବର ଅନୁଯାୟୀ, ସୋମବାର ଦିନ ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟରେ ଥିବା ରାସ୍ତାକଡ଼ରେ ତିନି ଜଣଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ମୃତକ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତାକଡ଼ରେ ୩ ମୃତଦେହ ପଡିଥିବାର ଖବର ମିଳିଛି । ଏହି ଖବର ପ୍ରଚାରିତ ହେବାପରେ ରାସ୍ତାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା Iଏହା ହତ୍ୟା କିମ୍ବା ଦୁର୍ଘଟଣା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ I
ଖବର ଅନୁଯାୟୀ, ସୋମବାର ଦିନ ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟରେ ଥିବା ରାସ୍ତାକଡ଼ରେ ତିନି ଜଣଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ମୃତକ ତିନି ଜଣଙ୍କ ମଧ୍ୟରେ ବାଙ୍କିବାହାର-ଟପରିଆ ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ଆରକେଡିର ୨ଜଣ ସୁରକ୍ଷାକର୍ମୀ ହୋଇଥିବା ବେଳେ ଆଉ ଜଣଙ୍କ ପରିଚୟ ମିଳିପାରିନାହିଁ । ଏହା ହତ୍ୟା କି ଆତ୍ମହତ୍ୟା, ଏବେ ଯାଏଁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।




