ଭାଲୁ – ହାତୀ ଆକ୍ରମଣରେ ୩ ମୃତ ଜଣେ ଆହତ

ଉମରକୋଟ/ଖୋର୍ଦ୍ଧା : ଜନ ବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଅନେକ ସମୟରେ ବଣ୍ୟ ଜନ୍ତୁ ଆକ୍ରମଣରେ ଜୀବନହାନୀ ଘଟୁଥିବାର ଖବର ସାମ୍ନାକୁ ଆସୁଛି । ସେହିପରି କାଙ୍କେର ଜିଲ୍ଲା ଡଙ୍ଗରକଟା ଗାଁ ଜେଲାନକାସା ଜଙ୍ଗଳରେ ଭାଲୁ ଆକ୍ରମଣରେ ବାପ, ପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ଫରେଷ୍ଟ ଗାର୍ଡ ଗରୁତର ଥିବା ସୂଚନା ମିଳିଛି । ଜଙ୍ଗଲକୁ କାଠ ପାଇଁ ଯାଇଥିବାବେଳେ ଜଙ୍ଗଲି ଭାଲୁ ଆକ୍ରମଣ କରିଥିଲା । ଏହି ସମୟରେ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ […]

Samaya Live Picture
Published On

ଉମରକୋଟ/ଖୋର୍ଦ୍ଧା : ଜନ ବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଅନେକ ସମୟରେ ବଣ୍ୟ ଜନ୍ତୁ ଆକ୍ରମଣରେ ଜୀବନହାନୀ ଘଟୁଥିବାର ଖବର ସାମ୍ନାକୁ ଆସୁଛି । ସେହିପରି କାଙ୍କେର ଜିଲ୍ଲା ଡଙ୍ଗରକଟା ଗାଁ ଜେଲାନକାସା ଜଙ୍ଗଳରେ ଭାଲୁ ଆକ୍ରମଣରେ ବାପ, ପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ଫରେଷ୍ଟ ଗାର୍ଡ ଗରୁତର ଥିବା ସୂଚନା ମିଳିଛି । ଜଙ୍ଗଲକୁ କାଠ ପାଇଁ ଯାଇଥିବାବେଳେ ଜଙ୍ଗଲି ଭାଲୁ ଆକ୍ରମଣ କରିଥିଲା । ଏହି ସମୟରେ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ବନକର୍ମଚାରୀଙ୍କୁ ଭାଲୁ ଲହୁଲୁହାଣ କରିଥିବା ଜଣାପଡ଼ିଛି ।

ଅନ୍ୟପଟେ,ଖୋର୍ଦ୍ଧା ଜିଲ୍ଲା ମହତପଲା ଗ୍ରାମରେ ହାତୀ ଆକ୍ରମଣରେ ପୁଅର ମୃତ ହୋଇଥିବା ବେଳେ ମା ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ମାଙ୍କୁ ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

ଆଜି ସକାଳେ ମା ଓ ପୁଅ ଉଭୟ ଶୈାଚ ପାଇଁ ଯାଇଥିବା ବେଳେ ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା । ଫଳରେ ଗାଁଲୋକେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଆହତ ହୋଇଥିଲେ । ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଜଣ ଅସନ୍ତୋଷ ଦେଖାଦେଇଛି ଇ ଘଟଣାସ୍ଥଳରେ ବନ ଅଧିକାରୀଙ୍କ ସହ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

Tags: