ଦୁଇ ବାଇକ ଧକ୍କାରେ ୩ ମୃତ ୨ ଗୁରୁତର

କେନ୍ଦୁଝର : ରଜ ସଂକ୍ରାନ୍ତିରେ ଅଘଟଣ । ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବ ଫଳରେ, ୩ ଜଣଙ୍କ ମୃତ୍ୟୁ ଘଟିବା ସହିତ ୨ ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ଆନନ୍ଦପୁର ସୀମାନ୍ତ ନରଦା ଘାଟି ନିକଟରେ I ମୃତକ ମାନଙ୍କ ମଧ୍ୟରେ ଶାଳଚୁଆ ଗାଁର ଗଜେନ୍ଦ୍ର ନାୟକ, ବିବିତ ନାୟକ, ଶୁଭ ନାୟକ ରହିଛନ୍ତି I ଦୁଇ ଗୁରୁତର ଧର୍ମେସ ନାୟକ ଓ ଅଜୟ ନାୟକଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ […]

Samaya Live Picture
Published On

କେନ୍ଦୁଝର : ରଜ ସଂକ୍ରାନ୍ତିରେ ଅଘଟଣ । ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବ ଫଳରେ, ୩ ଜଣଙ୍କ ମୃତ୍ୟୁ ଘଟିବା ସହିତ ୨ ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ଆନନ୍ଦପୁର ସୀମାନ୍ତ ନରଦା ଘାଟି ନିକଟରେ I ମୃତକ ମାନଙ୍କ ମଧ୍ୟରେ ଶାଳଚୁଆ ଗାଁର ଗଜେନ୍ଦ୍ର ନାୟକ, ବିବିତ ନାୟକ, ଶୁଭ ନାୟକ ରହିଛନ୍ତି I ଦୁଇ ଗୁରୁତର ଧର୍ମେସ ନାୟକ ଓ ଅଜୟ ନାୟକଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗୋଟିଏ ବାଇକରେ ୪ଜଣ ବିରିଡିହାରୁ ଗାଁକୁ ଫେରୁଥିବା ସମୟରେ ଅନ୍ୟ ଗୋଟିଏ ବାଇକରେ ଜଣେ ଯଶିପୁରରୁ ଦେଇ ପଣ୍ଡୁଆ ଗାଁକୁ ଫେରୁଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ପୁରା ଗାଁ ରଜ ପାଳନ ପାଇଁ ମସଗୁଲ ଥିବାବେଳେ ଏହି ୩ ଜଣକ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି I ପୋଲିସ ଘଟଣାର ତଦନ୍ତ କରୁଛି ।

Tags: