ପୃଥକ ସ୍ଥାନରେ ଟ୍ରକରେ ପିଟି ହୋଇ ୩ ମୃତ
କଟକ/ଖୋର୍ଧା : କଟକ ମଧୁସୂଦନ ବ୍ରିଜ୍ ରେ ମର୍ମନ୍ତୁଦ ଦୁର୍ଘଟଣା । ବ୍ରିଜ୍ ଉପରେ ଠିଆ ହୋଇଥିବା ଏକ ଟ୍ରକରେ ବାଇକ ପିଟି ହୋଇ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି I ସୂଚନା ମୂତାବକ ଶୁକ୍ରବାର ବିଳମ୍ବିତ ରାତିରେ ୩ ଜଣ ଯୁବକ ଏକ ବାଇକରେ ଦ୍ରୁତ ଗତି ଯାଉଥିଲେ। ହଠାତ୍ ଏତିକି ବେଳେ ବ୍ରିଜ୍ ଉପରେ ଠିଆ ହୋଇଥିବା ଏକ ବାଇକ୍ ସହ ପିଟି ହୋଇଯାଇଥିଲା। […]
କଟକ/ଖୋର୍ଧା : କଟକ ମଧୁସୂଦନ ବ୍ରିଜ୍ ରେ ମର୍ମନ୍ତୁଦ ଦୁର୍ଘଟଣା । ବ୍ରିଜ୍ ଉପରେ ଠିଆ ହୋଇଥିବା ଏକ ଟ୍ରକରେ ବାଇକ ପିଟି ହୋଇ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି I ସୂଚନା ମୂତାବକ ଶୁକ୍ରବାର ବିଳମ୍ବିତ ରାତିରେ ୩ ଜଣ ଯୁବକ ଏକ ବାଇକରେ ଦ୍ରୁତ ଗତି ଯାଉଥିଲେ। ହଠାତ୍ ଏତିକି ବେଳେ ବ୍ରିଜ୍ ଉପରେ ଠିଆ ହୋଇଥିବା ଏକ ବାଇକ୍ ସହ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକ ମାନଙ୍କର ପରିଚୟ ମିଳି ପାରି ନାହିଁ I ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛି।
ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଖଡ଼ିକାପଲ୍ଲୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକର ପଛକୁ ପିଟିଛି ଷ୍ଟିଲ୍ ବୋଝେଇ ଟ୍ରକ । ଘଟଣାସ୍ଥଳରେ ଦୁର୍ଘଟଣା ଘଟାଇଥିବା ଷ୍ଟିଲ୍ ବୋଝେଇ ଟ୍ରକ ଚାଳକଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛି ।
କୋଇଲା ବୋଝେଇ ଟ୍ରକ ଟି ରାସ୍ତା କଡରେ ଛିଡ଼ା ହୋଇଥିବା ସମୟରେ ଦୁର୍ଗାପୁରରୁ ଚେନ୍ନାଇ ଅଭିମୁଖେ ଷ୍ଟିଲ୍ ନେଇ ଯାଉଥିବା ଟ୍ରକଟି ପଛରୁ ପିଟି ହୋଇଥିଲା । ଦୁର୍ଘଟଣା ପରେ କୋଇଲା ବୋଝେଇ ଟ୍ରକ ଫେରାର୍ ହୋଇଯାଇଛି । ଦୁର୍ଘଟଣାସ୍ଥଳରେ ବାଲୁଗାଁ ପୋଲିସ ଏବଂ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକରୁ ମୃତ ବ୍ୟକ୍ତିକୁ ଉଦ୍ଧାର କରି ବାଲୁଗାଁ ମେଡ଼ିକାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ବାଲୁଗାଁ ପୋଲିସ । ମୃତକ ଜଣକ ତାମିଲନାଡୁର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।




