ଚଳନ୍ତା ଟ୍ରକ ପଛରେ ବାଇକ ଧକ୍କା ହୋଇ ୩ ମୃତ
ଯାଜପୁର : ଯାଜପୁର କଳିଙ୍ଗ ନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ଚଳନ୍ତା ଟ୍ରକ ପଛରେ ବାଇକ ପିଟି ହୋଇ ୩ ଆରୋହୀ ମୃତ I ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଜିନ୍ଦଲ କାରଖାନା ସମ୍ମୁଖରେ । ମୃତକମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି। ସୂଚନାନୁସାରେ,ଆଜି ଦିନ ପ୍ରାୟ ୧୨ ସମୟରେ ଏକ ବାଇକରେ ୩ ଜଣ ଯୁବକ ଦ୍ରୁତ ଗତିରେ ଆସି ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଏକ ଚଳନ୍ତା […]
ଯାଜପୁର : ଯାଜପୁର କଳିଙ୍ଗ ନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ଚଳନ୍ତା ଟ୍ରକ ପଛରେ ବାଇକ ପିଟି ହୋଇ ୩ ଆରୋହୀ ମୃତ I ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଜିନ୍ଦଲ କାରଖାନା ସମ୍ମୁଖରେ । ମୃତକମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି।
ସୂଚନାନୁସାରେ,ଆଜି ଦିନ ପ୍ରାୟ ୧୨ ସମୟରେ ଏକ ବାଇକରେ ୩ ଜଣ ଯୁବକ ଦ୍ରୁତ ଗତିରେ ଆସି ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଏକ ଚଳନ୍ତା ଟ୍ରକକୁ ପଛରୁ ଧକ୍କା ଦେଇଥିଲେ। ଘଟଣାସ୍ଥରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କର ମେଡ଼ିକାଲରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।




