ପଖରୀରେ ବୁଡ଼ିଯାଇ ୩ ଶିଶୁଙ୍କ ମୃତ୍ୟୁ

ଭଦ୍ରକ : ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନ ଆତୁରିକଣା ଗାଁରେ । ମୃତକ ଶିଶୁମାନେ ହେଲେ ପାୟଲ ପାତ୍ର (୩)ବର୍ଷ, ଭାରତୀ ପାତ୍ର (୪)ବର୍ଷ, ଲିପ୍ସା ପାତ୍ର (୩) ବର୍ଷ। ଆଜି ସକାଳେ ୩ ଜଣ ଶିଶୁ ଆତ୍ରୁକଣାରେ ଥିବା ଅଙ୍ଗନବାଡ଼ିକୁ ପାଠ ପଢ଼ିବା ପାଇଁ ଆସିଥିଲେ।ପାଠ ପଢ଼ା ସରିବାପରେ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ବାହାରେ ଖେଳୁଥିଲେ। ଖେଳୁ ଖେଳୁ […]

Samaya Live Picture
Published On

ଭଦ୍ରକ : ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନ ଆତୁରିକଣା ଗାଁରେ । ମୃତକ ଶିଶୁମାନେ ହେଲେ ପାୟଲ ପାତ୍ର (୩)ବର୍ଷ, ଭାରତୀ ପାତ୍ର (୪)ବର୍ଷ, ଲିପ୍ସା ପାତ୍ର (୩) ବର୍ଷ।

ଆଜି ସକାଳେ ୩ ଜଣ ଶିଶୁ ଆତ୍ରୁକଣାରେ ଥିବା ଅଙ୍ଗନବାଡ଼ିକୁ ପାଠ ପଢ଼ିବା ପାଇଁ ଆସିଥିଲେ।ପାଠ ପଢ଼ା ସରିବାପରେ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ବାହାରେ ଖେଳୁଥିଲେ। ଖେଳୁ ଖେଳୁ ପିଲାମାନେଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ପୋଖରୀରେ ବୁଡିଯାଇଥିଲେ I କିଛି ସମୟ ପରେ ସ୍ଥାନୀୟଲୋକେ ଭାସମାନ ଅବସ୍ଥାରେ ଶିଶୁଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳେ ଏହି ଘଟଣା ଜଣା ପଡିବା ପରେସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Tags: