ଟ୍ରକ ଧକ୍କାରେ ୩ ବସ ଯାତ୍ରୀ ମୃତ

ଅନୁଗୁଳ:ଟ୍ରକ ଧକ୍କାରେ ୩ ବସ ଯାତ୍ରୀ ମୃତ I ଅନୁଗୁଳଜିଲ୍ଲା କିଶୋରନଗର ବରଗାପାଲିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା I ସୁନ୍ଦରଗଡ଼ରୁ ଭୁବନେଶ୍ୱର ଆସୁଥିଲା ପ୍ରାଚୀ ନାମକ ଯାତ୍ରୀବାହୀ ବସ I ତେବେ ବସଟି ବରପାଲି ନିକଟରେ ପଙ୍କଚର ହେବାରୁ ରାସ୍ତା କଡରେ ଯାତ୍ରୀଙ୍କୁ ଓହ୍ଲାଇଦେଇ ଅଟକିଥିଲା Iଏହି ସମୟରେ ଟ୍ରକଟି ଦ୍ରୁତ ଗତିରେ ଆସି ବସରୁ ଓହ୍ଲାଉଥିବା ଯାତ୍ରୀ ମାନଙ୍କ ଉପରେ ଚଢି ଯାଇଥିଲା Iଫଳରେ ଘଟଣାସ୍ଥଳରେ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ମୃତକ […]

Samaya Live Picture
Published On

ଅନୁଗୁଳ:ଟ୍ରକ ଧକ୍କାରେ ୩ ବସ ଯାତ୍ରୀ ମୃତ I ଅନୁଗୁଳଜିଲ୍ଲା କିଶୋରନଗର ବରଗାପାଲିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା I ସୁନ୍ଦରଗଡ଼ରୁ ଭୁବନେଶ୍ୱର ଆସୁଥିଲା ପ୍ରାଚୀ ନାମକ ଯାତ୍ରୀବାହୀ ବସ I ତେବେ ବସଟି ବରପାଲି ନିକଟରେ ପଙ୍କଚର ହେବାରୁ ରାସ୍ତା କଡରେ ଯାତ୍ରୀଙ୍କୁ ଓହ୍ଲାଇଦେଇ ଅଟକିଥିଲା Iଏହି ସମୟରେ ଟ୍ରକଟି ଦ୍ରୁତ ଗତିରେ ଆସି ବସରୁ ଓହ୍ଲାଉଥିବା ଯାତ୍ରୀ ମାନଙ୍କ ଉପରେ ଚଢି ଯାଇଥିଲା Iଫଳରେ ଘଟଣାସ୍ଥଳରେ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ମୃତକ ମାନେ ହେଲେ ସୁନ୍ଦରଗଡ଼ର ଆନନ୍ଦ ପ୍ରଧାନ,ଝାରସୁଗୁଡା ନୟନ ନାଏକ ଓ ଘନଶ୍ୟାମ ବାରିକ । ଗୁରୁତର ତ୍ରିଲୋଚନ ନାଏକଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇଁ ଘଟଣାସ୍ଥଳରେ ଅନୁଗୁଳ ପୋଲିସ ପହଁଚି ଘଟଣାର ତଦନ୍ତ କରିବା ସହିତ ଫେରାର ଟ୍ରକକୁ ଧରିବା ପାଇଁ ଉଦ୍ୟମ ଚଳାଇଛନ୍ତି I

Tags: