ଟ୍ରକ ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ
ସୁନ୍ଦରଗଡ଼ : ବିଳମ୍ବିତ ରାତିରେ ଘଟିଗଲା ମର୍ମନ୍ତୁଦ ସଡକ ଦୁର୍ଘଟଣା I ଯମ ରୁପି ଟ୍ରକ ମାଡିଯାଇ ୩ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି I ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଗ୍ରାମରେ ଏହି ଦୁର୍ଘଟଣା ଘଟିଛି I ବିଳମ୍ବିତ ରାତିରେ ଟ୍ରକଟି ୩ ଜଣଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଛି I ମୃତକ ହେଲେ ସ୍ଥାନୀୟ ଯୁବକ ରଞ୍ଜନ ପ୍ରଧାନ , ଆଶିଷ ଭୋଇ ଏବଂ ରୂପକ ଧୃଆ ବୟସ ୨୦ […]
ସୁନ୍ଦରଗଡ଼ : ବିଳମ୍ବିତ ରାତିରେ ଘଟିଗଲା ମର୍ମନ୍ତୁଦ ସଡକ ଦୁର୍ଘଟଣା I ଯମ ରୁପି ଟ୍ରକ ମାଡିଯାଇ ୩ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି I ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଗ୍ରାମରେ ଏହି ଦୁର୍ଘଟଣା ଘଟିଛି I ବିଳମ୍ବିତ ରାତିରେ ଟ୍ରକଟି ୩ ଜଣଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଛି I ମୃତକ ହେଲେ ସ୍ଥାନୀୟ ଯୁବକ ରଞ୍ଜନ ପ୍ରଧାନ , ଆଶିଷ ଭୋଇ ଏବଂ ରୂପକ ଧୃଆ ବୟସ ୨୦ ରୁ ୨୧ ବର୍ଷ ଭିତରେ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି I କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି I ଘଟଣାସ୍ଥଳରେ ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି I
ଘଟନାନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଗୋଟିଏ ବାଇକରେ ୩ ଜଣ ଯୁବକ କଲୋନୀ ପଡା ଠାରୁ ହୁଟୁ ପଡ଼ାକୁ ଯାଉଥିଲେ I ତେବେ ଦର୍ଲିପାଲି ଏନ ଟି ପି ସି ପାୱାର ପ୍ଲାଣ୍ଟ କଲୋନୀ ସମ୍ମୁଖ ରାସ୍ତାରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା I ଘଟଣାସ୍ଥଳରେ ହିଁ ୩ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା I କ୍ଷତିପୂରଣ ଦାବିରେ ଦର୍ଲିପାଲି ଗ୍ରାମବାସୀ ଟି ପି ସି ପାୱାର ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଇଥିଲେ I ଘଟଣାସ୍ଥଳରେ ଭସ୍ମା ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି I




