ଓଡ଼ିଶାରେ ଗଡିବ ୨ୟ ବନ୍ଦେ ଭାରତ ଏକ୍ସପ୍ରେସ : ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଜି ରାଜଧାନୀ ଏକ୍ସପ୍ରେସରେ ତେଜସ୍ କୋଚର ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ଭୁବନେଶ୍ୱରରେ ତେଜସ୍ କୋଚ ସହ ଗଡିବ ରାଜଧାନୀ ଏକ୍ସପ୍ରେସ I ତେଜସ ରେକ ସହ ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ଉଦଘାଟନି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I ନୂତନ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ତେଜସ କୋଚ I ଏହି […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱରରେ ଆଜି ରାଜଧାନୀ ଏକ୍ସପ୍ରେସରେ ତେଜସ୍ କୋଚର ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ଭୁବନେଶ୍ୱରରେ ତେଜସ୍ କୋଚ ସହ ଗଡିବ ରାଜଧାନୀ ଏକ୍ସପ୍ରେସ I ତେଜସ ରେକ ସହ ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ଉଦଘାଟନି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I ନୂତନ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ତେଜସ କୋଚ I ଏହି କୋଚ ରେ ବସିବା ଶୋଇବା ସହ ଯିବା ଆସିବା ପାଇଁ ଅଟୋମେଟିକ ଡୋରର ସୁବିଧା ରହିଛି I

ଏହି ଅବସରରେ ରେଳମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି ଖୁବ୍ ଶୀଘ୍ର ଓଡ଼ିଶାକୁ ମିଳିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ରାଉରକେଲାରୁ ଭୁବନେଶ୍ୱର ଯାଏଁ ଯାତ୍ରା କରିବ। ଏଥିଲାଗି ରୋଡଚାର୍ଟ ପ୍ରସ୍ତୁତ ହୋଇସାରିଛି। ଏହା ପୁରୀରୁ ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ରାଉରକେଲା ଯାଏ ଚାଲିବ। ଏହାଫଳରେ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମେ ୧୮ ତାରିଖରେ ପୁରୀରୁ ଗଡ଼ିଥିଲା ଓଡ଼ିଶାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍। ଏହା କୋଲକାତାକୁ ଯାତ୍ରା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ। ବନ୍ଦେ ଭାରତ ଏକ୍ସପ୍ରେସ୍ ସହ ଓଡ଼ିଶାରେ ପ୍ରାୟ ୮ ହଜାର କୋଟିରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ।

Tags: