ପାଣିରେ ବୁଡି ୨ ଭାଇଙ୍କ ମୃତ୍ୟୁ

ଅନୁଗୁଳ : ପାଣିରେ ବୁଡି ୨ ଭାଇଙ୍କ ସଲିଳ ସମାଧି I ଆଜି ତାଳଚେର ସମଲ୍ ବ୍ୟାରେଜ ଦକ୍ଷିଣ ଶାଖା କେନାଲ ଗୁରୁଜାଙ୍ଗ ଗ୍ରାମ ନିକଟ କେନାଲରେ ଦୁଇ ଜଣ ନାବାଳକ ପାଣିରେ ବୁଡି ମୃତ୍ୟୁ ହୋଇଛି। ମୃତ ଦୁଇ ବାଳକଙ୍କ ନା ଓମ୍ ପ୍ରକାଶ ପାଣି ଏବଂ ସୌମ୍ୟ ପ୍ରକାଶ ପାଣି I ଉଭୟଙ୍କ ବୟସ ୧୪ ବର୍ଷ ହେବ ବୋଲି ଜଣା ପଡିଛି I ସୂଚନାନୁସାରେ,ଉଭୟ ନାବାଳକ ହାଇ ସ୍କୁଲ ଛାତ୍ର ଗାଧେଇ ଯାଇଥବା […]

Samaya Live Picture
Published On

ଅନୁଗୁଳ : ପାଣିରେ ବୁଡି ୨ ଭାଇଙ୍କ ସଲିଳ ସମାଧି I ଆଜି ତାଳଚେର ସମଲ୍ ବ୍ୟାରେଜ ଦକ୍ଷିଣ ଶାଖା କେନାଲ ଗୁରୁଜାଙ୍ଗ ଗ୍ରାମ ନିକଟ କେନାଲରେ ଦୁଇ ଜଣ ନାବାଳକ ପାଣିରେ ବୁଡି ମୃତ୍ୟୁ ହୋଇଛି। ମୃତ ଦୁଇ ବାଳକଙ୍କ ନା ଓମ୍ ପ୍ରକାଶ ପାଣି ଏବଂ ସୌମ୍ୟ ପ୍ରକାଶ ପାଣି I ଉଭୟଙ୍କ ବୟସ ୧୪ ବର୍ଷ ହେବ ବୋଲି ଜଣା ପଡିଛି I

ସୂଚନାନୁସାରେ,ଉଭୟ ନାବାଳକ ହାଇ ସ୍କୁଲ ଛାତ୍ର ଗାଧେଇ ଯାଇଥବା ବେଳେ ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ବହୁ ଖୋଜାଖୋଜି ପରେ ଅଚେତ୍ ଦୁଇ ବାଳକକୁ ଉଦ୍ଧାର କରାଯାଇ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରଯାଇଥିଲା ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ଉଭୟଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆ ଯାଇଛି।

Tags: