୨୯ -୩୦ ବନ୍ଦ ରହିବ ଗୃହ କାର୍ଯ୍ୟ – ବାଚସ୍ପତି

ଭୁବନେଶ୍ୱର : ଆସନ୍ତା ୨୯ ଓ ୩୦ ତାରିଖରେ ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ ରହିବ । କୌଣସି ବୈଠକ ହେବ ନାହିଁ । ଗୃହ କାର୍ଯ୍ୟ ପରାମର୍ଶଦାତା କମିଟିର ବୈଠକ ଅନୁସାରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି ସୁରମା ପାଢୀ ଗୃହରେ ଏହି ଘୋଷଣା କରିଛନ୍ତି । ବିଧାନସଭା ଶୀତ ଅଧିବେଶର ଦ୍ୱିତୀୟ ଦିନ ଅପରାହ୍ନ ୪ଟାରେ ଆରମ୍ଭ ହୋଇ ୪ଟା ୭ ପର୍ଯ୍ୟନ୍ତ ଚାଲିବା ପରେ ବାଚସ୍ପତି ସୁରମା ପାଢ଼ୀ ଗୁରୁବାର ପର୍ଯ୍ୟନ୍ତ […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ୨୯ ଓ ୩୦ ତାରିଖରେ ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ ରହିବ । କୌଣସି ବୈଠକ ହେବ ନାହିଁ । ଗୃହ କାର୍ଯ୍ୟ ପରାମର୍ଶଦାତା କମିଟିର ବୈଠକ ଅନୁସାରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି ସୁରମା ପାଢୀ ଗୃହରେ ଏହି ଘୋଷଣା କରିଛନ୍ତି । ବିଧାନସଭା ଶୀତ ଅଧିବେଶର ଦ୍ୱିତୀୟ ଦିନ ଅପରାହ୍ନ ୪ଟାରେ ଆରମ୍ଭ ହୋଇ ୪ଟା ୭ ପର୍ଯ୍ୟନ୍ତ ଚାଲିବା ପରେ ବାଚସ୍ପତି ସୁରମା ପାଢ଼ୀ ଗୁରୁବାର ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଛନ୍ତି।

ସୂଚନାନୁସାରେ,ଚଳିତ ମାସ ୨୯ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବଭାରତୀୟ ଡିଜି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କ ସମେତ ସମସ୍ତ ରାଜ୍ୟର ପୁଲିସ ଡିଜି ଯୋଗ ଦେବେ । ତେଣୁ ଏହି ଅବସରରେ ଗୃହ କାର୍ଯ୍ୟ ବନ୍ଦ ରଖିବାକୁ ବୁଧୁବାର ପୂର୍ବରୁ ଆଲୋଚନା ହୋଇଥିଲା । ଯାହା ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ୧ ତାରିଖ ରବିବାର ରହିଛି । ପୁଣି ୨ ତାରିଖ ସୋମବାରରୁ ଗୃହ କାର୍ଯ୍ୟ ସ୍ୱାଭାବିକଭାବେ ଚାଲିବ ବୋଲି ସୂଚନା ଦିଆଯାଇଛି ।

ଅନ୍ୟପଟେ ବୁଧୁବାର ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ଟି ବିଲ୍‌ ଆଗତ କରିଥିଲେ। ସାର୍ବଜନୀନ ପରୀକ୍ଷା ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା, ନିରପେକ୍ଷତା ଓ ବିଶ୍ୱସନୀୟତା ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସାର୍ବଜନୀନ ପରୀକ୍ଷା ପ୍ରଣାଳୀକୁ ପ୍ରତିକୂଳ ଭାବେ ପ୍ରଭାବିତ କରୁଥିବା ବ୍ୟକ୍ତି, ଗୋଷ୍ଠୀ କିମ୍ବା ଅନୁଷ୍ଠାନଗୁଡିକୁ ରୋକିବା ଲାଗି ସରକାର ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌ ୨୦୨୪କୁ ଉପସ୍ଥାପନ କରିଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା କର ଆଦାୟ ଲକ୍ଷ୍ୟ ନେଇ ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ ୨୦୧୭ ପ୍ରଣୟନ କରାଯାଇଥିଲା। ଏହି ଅଧିନିୟମକୁ କାର୍ଯ୍ୟକାରୀ କରିବାରେ କେତେକ ଅସୁବିଧା ଅନୁଭୂତ ହେଉଥିଲା। ଏଥିରେ ରହିଥିବା ବିଭିନ୍ନ ଅସୁବିଧା ଦୂରକରିବା ସକାଶେ ରାଜ୍ୟ ସରକାର ଓଡ଼ିଶା ଦ୍ରବ୍ୟ ଓ ସେବା କର(ଦ୍ୱିତୀୟ ସଂଶୋଧନ) ବିଲ୍‌, ୨୦୨୪କୁ ଉପସ୍ଥାପନ କରିଛନ୍ତି।

Tags: