୨୭୭ ସାହସିକତା ପଦକ, ଓଡ଼ିଶାରୁ ପାଇବେ ୧୫ ଜଣ
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କ୍ଷେତ୍ରରେ ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ସମ୍ମାନ । ଉଲ୍ଲେଖନୀୟ ସେବା ଓ ସାହସିକତା ପ୍ରଦର୍ଶନ ଲାଗି ଏହି ସମ୍ମାନ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରୁ ୨୭୭ ଜଣଙ୍କୁ ସାହସିକତା ପୁରସ୍କାର ମିଳିବ । ଏଥିମଧ୍ୟରେ ଓଡ଼ିଶାର ୧୫ ଜଣଙ୍କ ନାଁ ରହିଥିବା ଏମ୍ଏଚ୍ଏ ପକ୍ଷରୁ ସୂଚନା ଦିଆଯାଇଛି। ୨ ଜଣ ଏସ୍ଆଇ, ଜଣେ ହାବିଲଦାର,୭ କମାଣ୍ଡୋ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ […]
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କ୍ଷେତ୍ରରେ ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ସମ୍ମାନ । ଉଲ୍ଲେଖନୀୟ ସେବା ଓ ସାହସିକତା ପ୍ରଦର୍ଶନ ଲାଗି ଏହି ସମ୍ମାନ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରୁ ୨୭୭ ଜଣଙ୍କୁ ସାହସିକତା ପୁରସ୍କାର ମିଳିବ । ଏଥିମଧ୍ୟରେ ଓଡ଼ିଶାର ୧୫ ଜଣଙ୍କ ନାଁ ରହିଥିବା ଏମ୍ଏଚ୍ଏ ପକ୍ଷରୁ ସୂଚନା ଦିଆଯାଇଛି। ୨ ଜଣ ଏସ୍ଆଇ, ଜଣେ ହାବିଲଦାର,୭ କମାଣ୍ଡୋ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।
ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଆଦି କ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଥିବା ସରକାରୀ ବିବୃତ୍ତି ଅନୁଯାୟୀ, ଚଳିତ ବର୍ଷ ଓଡ଼ିଶାର ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ମିଳିବ ରାଷ୍ଟ୍ରପତି ପଦକ । ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ଵାଲା ଏବଂ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ ।
ସେହିପରି ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ । ପୂର୍ବାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କୁ ମିଳିବ ସମ୍ମାନ । ତାଲିକାରେ ସ୍ଥାନ ପାଇଛନ୍ତି ୩ ଜଣ ଡିଏସପି ଅଧିକାରୀ । ସାରଦା ପ୍ରସନ୍ନ ପ୍ରଧାନ, ପ୍ରଦୀପ ସାମଲ, ପ୍ରଶାନ୍ତ ସାହୁ ପାଇବେ ସମ୍ମାନ ।




