ଗତ ୫ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୨୭,୧୬୭ ଜଣଙ୍କର ମୃତ୍ୟୁ – ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ଚିନ୍ତାଜନକ । ଗତ ୫ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୨୭,୧୬୭ ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀଙ୍କ ଅନୁଯାୟୀ, ୨୦୨୦ରୁ ୨୦୨୪ ମଧ୍ୟରେ ଦୁର୍ଘଟଣାରେ ୫୦,୦୪୧ ଜଣ ଆହତ ହୋଇଛନ୍ତି। ୨୦୨୪ରେ ସର୍ବାଧିକ ୬,୧୪୨ ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୩ରେ ୨୦୨୨ ତୁଳନାରେ ମୃତ୍ୟୁ […]
ଭୁବନେଶ୍ୱର : ରାଜ୍ୟରେ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ଚିନ୍ତାଜନକ । ଗତ ୫ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୨୭,୧୬୭ ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀଙ୍କ ଅନୁଯାୟୀ, ୨୦୨୦ରୁ ୨୦୨୪ ମଧ୍ୟରେ ଦୁର୍ଘଟଣାରେ ୫୦,୦୪୧ ଜଣ ଆହତ ହୋଇଛନ୍ତି। ୨୦୨୪ରେ ସର୍ବାଧିକ ୬,୧୪୨ ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୩ରେ ୨୦୨୨ ତୁଳନାରେ ମୃତ୍ୟୁ ୨.୮୨% ବୃଦ୍ଧି ପାଇଥିବା ବେଳେ, ୨୦୨୪ରେ ଏହା ୨୦୨୩ ତୁଳନାରେ ୩.୧୯% ଅଧିକ ରହିଛି ।




