୨୭ ଜଣଙ୍କୁ ମିଳିବ ପ୍ରବାସୀ ଭାରତୀୟ ସମ୍ମାନ, ୩୧ଟି ପର୍ଯ୍ୟଟନସ୍ଥଳୀ ପ୍ରଦର୍ଶିତ ପାଇଁ ପ୍ରସ୍ତୁତ

ଭୁବନେଶ୍ୱର: ଆସନ୍ତା ୮ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏ ନେଇ ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ପ୍ରଭାତୀ କହିଛନ୍ତି, ୧୦ ତାରିଖରେ ଦେଶର ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ । ୯ ତାରିଖରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । […]

Samaya Live Picture
Published On

ଭୁବନେଶ୍ୱର: ଆସନ୍ତା ୮ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏ ନେଇ ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

ପ୍ରଭାତୀ କହିଛନ୍ତି, ୧୦ ତାରିଖରେ ଦେଶର ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ । ୯ ତାରିଖରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ୬ ତାରିଖରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭୁବନେଶ୍ଵରରେ ଉପସ୍ଥିତ ରହିବେ । ରାଜ୍ୟ ସରକାରଙ୍କ ସବୁ ବିଭାଗଙ୍କ ସହଯୋଗରେ ପ୍ରସ୍ତୁତି ଚାଲିଛି । ଏହି ସମୟରେ ଭୁବନେଶ୍ବରରେ ପଥଉତ୍ସବ ଚାଲିବ । ପୁରୀରେ ସି ବିଚ୍ ଫେଷ୍ଟିଭାଲ ଚାଲିବ । ମୁକ୍ତେଶ୍ଵର ଫେଷ୍ଟିଭାଲ ଠୁ ଆରମ୍ଭ କରି ଯାହା ଯାହା ଉତ୍ସବ ଅଛି, ରାଜ୍ୟର କଳା ସଂସ୍କୃତି ସମେତ ୩୧ଟି ପର୍ଯ୍ୟଟନସ୍ଥଳୀକୁ ପ୍ରଦର୍ଶିତ କରିବାକୁ ପ୍ରସ୍ତୁତି କରାଯାଇଛି । ବୁଦ୍ଧିଷ୍ଟ କରିଡ଼ର ହେଉ ବା ସ୍ପିରିଚୁଆଲ ଟୁରିଜିମ୍, ଅଥବା ପକ୍ଷୀ ଉତ୍ସବ ହେଉ, ସବୁ କିଛି ବ୍ୟବସ୍ଥା କରାଯାଇଛି ।

ସେହିପରି ୧୮ ତମ ପ୍ରବାସୀ ଭାରତୀୟ ସମ୍ମାନ ପାଇଁ ତାଲିକା ପ୍ରକାଶ ପାଇଛି । ଚଳିତ ବର୍ଷ ୨୭ ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରାଯିବ । ଭାରତ ବାହାରେ ରହି ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ରାଜନୀତି, ଲୋକ ସମ୍ପର୍କ ଆଦିରେ ଲୋକ ପ୍ରିୟତା ହାସଲ କରିଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରାଯିବ । ପ୍ରବାସୀ ଭାରତୀୟ ସମ୍ମାନ ହେଉଛି ପ୍ରବାସୀ ଭାରତୀୟମାନଙ୍କୁ ଦିଆଯାଇଥିବା ସର୍ବୋଚ୍ଚ ସମ୍ମାନ ।

ସମ୍ମାନିତ ହେବାକୁ ଥିବା ବ୍ୟକ୍ତିମାନେ ହେଲେ ପ୍ରଫେସର ଅଜୟ ରାଣେ- ଅଷ୍ଟ୍ରେଲିଆ (କମ୍ୟୁନିଟି ସେବା), ଡ. ମାରିଆଲେନା ଜୋନ୍ ଫର୍ଣ୍ଣାଣ୍ଡିସ୍-ଅଷ୍ଟ୍ରିଆ (ଶିକ୍ଷା), ଡ. ଫିଲୋମେନା ଆନ୍ ମୋହିନି ହାରିସ୍- ବାରବାଡୋସ୍ (ମେଡିକାଲ୍ ସାଇନ୍ସ), ସ୍ୱାମୀ ସାନୁକ୍ତ୍ୟନନ୍ଦ- ଫିଜି (ସମ୍ପ୍ରଦାୟ ସେବା), ସରସ୍ୱତୀ ବିଦ୍ୟା ନିକେତନ- ଗୁଏନା (ସମ୍ପ୍ରଦାୟ ସେବା), ଡ. ଲେଖ୍ ରାଜ ଜୁନେଜା- ଜାପାନ (ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା), ଡ. ପ୍ରେମ କୁମାର- କିର୍ଗିଜ୍ ରିପବ୍ଲିକ୍ (ମେଡିକାଲ୍ ସାଇନ୍ସ), ଶ୍ରୀ ସୌକଥାଭି ଚୌଧୁରୀ- ଲାଓସ୍ (ବାଣିଜ୍ୟ), ଶ୍ରୀ କୃଷ୍ଣ ସବଜାନୀ-ମଲାୱି (ବାଣିଜ୍ୟ), ‘ତାନ୍ ଶ୍ରୀ’ ଡ. ସୁବ୍ରମଣ୍ୟମ୍ କେ ଭି ସଥଶିଭମ୍-ମାଲେସିଆ (ରାଜନୀତି), ଡ. ସରିତା ବୁଦ୍ଧୁ- ମରିସସ୍ (କମ୍ୟୁନିଟି ସେବା), ଶ୍ରୀ ଅଭୟ କୁମାର- ମଲଡୋଭା (ବାଣିଜ୍ୟ), ଡ। ରାମ ନିୱାସ୍ @ ହଲା ଟୁନ୍-ମିଆଁମାର (ଶିକ୍ଷା), ଶ୍ରୀ ଜଗନ୍ନାଥ ଶେଖର ଆସ୍ଥାନା- ରୋମାନିଆ (ବାଣିଜ୍ୟ), ହିନ୍ଦୁସ୍ତାନୀ ସମାଜ-ଋଷିଆ (ସମ୍ପ୍ରଦାୟ ସେବା), ସୁଧା ରାନୀ ଗୁପ୍ତା- ଋଷିଆ (ଶିକ୍ଷା), ଡ. ସୟଦ ଅନୱାର ଖୁରସିଦ- ସାଉଦି ଆରବ (ମେଡିକାଲ ସାଇନ୍ସ), ଅତୁଲ ଅରବିନ୍ଦ ତେମୁର୍ନିକର- ସିଙ୍ଗାପୁର (ଶିକ୍ଷା), ରୋବର୍ଟ ମାସିହ ନାହର- ସ୍ପେନ୍ (କମ୍ୟୁନିଟି ସେବା),ଡ. କୌଶିକ ଲକ୍ଷ୍ମୀଦାସ ରମୈୟା- ତାଞ୍ଜାନିଆ (ମେଡିସିନ୍), ଏଚ.ଇ କ୍ରିଷ୍ଟାଇନ୍ କାର୍ଲା କଙ୍ଗାଲୁ ORTT- ତ୍ରିନିଦାଦ ଏବଂ ଟୋବାଗୋ, (ଲୋକସମ୍ପର୍କ ବିଭାଗ), ଶ୍ରୀ ରାମକୃଷ୍ଣନ୍ ସିଭାସ୍ବାମୀ ଆୟର- ୟୁଏଇ (ବାଣିଜ୍ୟ), ଶ୍ରୀ ବଣ୍ଟାଲା ସୁବାୟା ସେଟ୍ଟି ରମେଶ ବାବୁ- ଉଗାଣ୍ଡା (କମ୍ୟୁନିଟି ସେବା), ବରୁଣେଶ ଉଷା କୁମାରୀ ପ୍ରଶର- ୟୁକେ (ରାଜନୀତି), ଡ. ଶରଦ ଲଖନପାଲ- ଆମେରିକା (ମେଡିସିନ୍), ଡ. ଶର୍ମିଲା ଫୋର୍ଡ- ଆମେରିକା (କମ୍ୟୁନିଟି ସେବା) ଏବଂ ଶ୍ରୀ ରବି କୁମାର ଏସ୍- ଆମେରିକା (ବାଣିଜ୍ୟ, ଆଇଟି ଏବଂ କନ୍ସଲ୍ଟିଂ) ।

Tags: