୨୬୩ ପଡା ଗ୍ରାମକୁ ମିଳିଛି ରାଜସ୍ୱ ଗ୍ରାମର ମାନ୍ୟତା – ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ଗୋଟିଏ ବର୍ଷରେ ୨୬୩ ପଡା ଗ୍ରାମକୁ ମିଳିଛି ରାଜସ୍ୱ ଗ୍ରାମର ମାନ୍ୟତା । ଆଉ ୧୪୭ ପଡା ଗାଁକୁ ରାଜସ୍ୱ ଗାଁ କରିବା ବିଚାରାଧୀନ ଅଛି । ଯାହା ଆସନ୍ତା ଏପ୍ରିଲ ସୁଦ୍ଧା ଚୂଡାନ୍ତ ହେବ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବର୍ତ୍ତମାନ ଟେକ୍‌ନୋଲୋଜି ମାଧ୍ୟମରେ ମ୍ୟାପ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାର୍ଗେସନ କରାଯାଉଛି । ଯେଉଁଥିପାଇଁ କାମ ୬ ରୁ ୭ ଦିନରେ […]

Samaya Live Picture
Published On

ଭୁବନେଶ୍ୱର : ଗୋଟିଏ ବର୍ଷରେ ୨୬୩ ପଡା ଗ୍ରାମକୁ ମିଳିଛି ରାଜସ୍ୱ ଗ୍ରାମର ମାନ୍ୟତା । ଆଉ ୧୪୭ ପଡା ଗାଁକୁ ରାଜସ୍ୱ ଗାଁ କରିବା ବିଚାରାଧୀନ ଅଛି । ଯାହା ଆସନ୍ତା ଏପ୍ରିଲ ସୁଦ୍ଧା ଚୂଡାନ୍ତ ହେବ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ବର୍ତ୍ତମାନ ଟେକ୍‌ନୋଲୋଜି ମାଧ୍ୟମରେ ମ୍ୟାପ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାର୍ଗେସନ କରାଯାଉଛି । ଯେଉଁଥିପାଇଁ କାମ ୬ ରୁ ୭ ଦିନରେ ଶେଷ ହେବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ତେବେ ଯେଉଁ ଗାଁ ରାଜସ୍ବ ହେବା ଦରକାର, ସେ ନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରିବାକୁ କହିଛନ୍ତି ମନ୍ତ୍ରୀ । ରାଜସ୍ୱ ଗାଁ ଏକ ସ୍ୱୀକୃତି, ଯେଉଁଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳି ପାରିବ । ଦୁଷ୍ମନ୍ତ ସ୍ୱାଇଁଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

 

Tags: