ପୁରୀରେ ପହଁଚିଲା ୨୬ ରଥ ଦଉଡି

ପୁରୀ : ଆସନ୍ତା ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବୁଧବାର ପବିତ୍ର ଶ୍ରୀରାମ ନବମୀରେ ରଥକାଠ ଚିରଟ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ ଶୁଭାରମ୍ଭ ହେବ । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥଦଉଡ଼ି । ସମୁଦାୟ ୨୬ଟି ଦଉଡ଼ି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା ରାଜ୍ୟ ସମବାୟ କତା ନିଗମରୁ ୨୬ଟି ଦଉଡ଼ି ଏକ ଗାଡ଼ିରେ ଆସି […]

Samaya Live Picture
Published On

ପୁରୀ : ଆସନ୍ତା ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବୁଧବାର ପବିତ୍ର ଶ୍ରୀରାମ ନବମୀରେ ରଥକାଠ ଚିରଟ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ ଶୁଭାରମ୍ଭ ହେବ । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥଦଉଡ଼ି । ସମୁଦାୟ ୨୬ଟି ଦଉଡ଼ି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା ରାଜ୍ୟ ସମବାୟ କତା ନିଗମରୁ ୨୬ଟି ଦଉଡ଼ି ଏକ ଗାଡ଼ିରେ ଆସି ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି।

ଶ୍ରୀମନ୍ଦିର ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଏହି ଦଉଡ଼ି ଗ୍ରହଣ କରିଛନ୍ତି। ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି ପ୍ରସ୍ତୁତିରେ ଲାଗିଥିଲେ। ତିନିରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ଥିବାବେଳେ ଆଉଟର୍, ଇନର୍, ଜେନେରାଲ୍ ଓ ପୋଲିସ ପାଇଁ ତିନୋଟି ଲେଖାଏଁ ସମୁଦାୟ ୧୨ଟି ଦଉଡ଼ି ରହିଛି। ରଥଟଣା ପାଇଁ ରଥ ଦଉଡ଼ିର ଲମ୍ବ ୨୨୦ ଫୁଟ, ଗୋଲେଇ ୮ ଇଞ୍ଚ। ସେହିପରି ଅନ୍ୟ ଦଉଡି଼ର ଗୋଲେଇ ଚାରି ଇଞ୍ଚ ଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ।

Tags: