୨୫ କୋଟିର ମଇଁଷି ‘ଭୀମ’

ଭୁବନେଶ୍ୱର : ଆଜ୍ଞା ହଁ ମଇଁଷିର ଦାମ ୨୫ କୋଟି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ । ମଇଁଷି ର ନାଁ ହେଉଛି ‘ଭୀମ’ । ସେହିଭଳି ତା’ର ଦିନଚର୍ଯ୍ୟା ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ । ଭୀମ ର ଓଜନ ୧୫ଶହ କେଜି ଥିବାବେଳେ,ତା’ ଦେହରେ ପ୍ରତିଦିନ ୧ କେଜି ଭେସଲିନ, ୧ଲିଟର ସୋରିଷ ତେଲ ଘଷା ଯାଉଛି । ସେହିପରି ଭୀମ ଖାଦ୍ୟରେ ଦିନକୁ ୧ କେଜି କାଜୁ ବାଦାମ […]

୨୫ କୋଟିର ମଇଁଷି ‘ଭୀମ’
Samaya Live Picture
Published On

ଭୁବନେଶ୍ୱର : ଆଜ୍ଞା ହଁ ମଇଁଷିର ଦାମ ୨୫ କୋଟି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ । ମଇଁଷି ର ନାଁ ହେଉଛି ‘ଭୀମ’ । ସେହିଭଳି ତା’ର ଦିନଚର୍ଯ୍ୟା ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ । ଭୀମ ର ଓଜନ ୧୫ଶହ କେଜି ଥିବାବେଳେ,ତା’ ଦେହରେ ପ୍ରତିଦିନ ୧ କେଜି ଭେସଲିନ, ୧ଲିଟର ସୋରିଷ ତେଲ ଘଷା ଯାଉଛି । ସେହିପରି ଭୀମ ଖାଦ୍ୟରେ ଦିନକୁ ୧ କେଜି କାଜୁ ବାଦାମ ସହ ଦିନକୁ ପ୍ରାୟ ୩୫ କେଜିର ଖାଦ୍ୟ ଖାଉଛି । ଭୀମକୁ ଏବେ ବିଗ୍ ବୁଲ ଅଫ ଇଣ୍ଡିଆ ବୋଲି କୁହାଯାଉଛି । ଭୀମର ସିମେନରୁ ଏବେ ସୁଦ୍ଧା ୬ ଲକ୍ଷ୍ ମଇଁଷି ଛୁଆ ଜନ୍ମ ହେଇସାରିଲେଣି । ବାଂଲାଦେଶ ଓ ପାକିସ୍ତାନରେ ମଧ୍ୟ ଏଇ ପ୍ରଜାତି ମଇଁଷିର ବେଶ ଚାହିଦା ରହିଛି ।

ସୂଚନାନୁସାରେ,ରାଜ୍ୟରେ ଆରମ୍ଭ ହୋଇଛି ମତ୍ସ୍ୟ ଓ ପ୍ରାଣୀ ସମାବେଶ – ୨୦୨୫ । ସ୍ଵତନ୍ତ୍ର ଷ୍ଟଲ୍ ରେ ସ୍ଥାନ ପାଇଛି ରାଜସ୍ଥାନ ଯୋଦ୍ଧପୁରରୁ ଆସିଥିବା ଭୀମ । ତେବେ ସମାବେଶରେ ଭୀମକୁ ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼ । ୨୫ କୋଟି ଟଙ୍କାର ମଇଁଷି ଭୀମ ସହ ଫଟୋ, ଭିଡିଓ ଉଠାଇବାକୁ ଲୋକଙ୍କ ଭିଡ଼ । ରାଜା ଭଳି ସଜେଇ ହୋଇଛି । ତକିଆରେ ଶୋଇବାସହ ମୁଣ୍ଡ ପଟେ ଲାଗିଛି ଏୟାର କୁଲର ।

ଏହାକୁ ରାଜସ୍ଥାନ ଭୁବନେଶ୍ୱରକୁ ଆଣିଛନ୍ତି ଓଡ଼ିଶା ସରକାର । ଲକ୍ଷ୍ୟ ରହିଛି ଏହାର ସିମେନ୍ସ ରୁ ଅଧିକରୁ ଅଧିକ ଛୁଆ ଓଡ଼ିଶାରେ ଜନ୍ମାଇବା। ଭୀମଙ୍କ ଓନର ଜଣେ ଆଇଏଏସ ଅଧିକାରୀ ଙ୍କ ପୁଅ।

Tags: