୨୪ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ବିଜାପୁର ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ପୁଣି ଥରେ ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓବାଦୀ । ଛତିଶଗଡ଼ ବିଜାପୁର ପୁଲିସ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୧ ଜଣ ମହିଳା ମାଓବାଦୀ ରହିଛନ୍ତି । ଏହି ହାର୍ଡକୋର ମାଓବାଦୀମାନେ ପୂର୍ବ-ବସ୍ତର ଡିଭିଜନ ଭୈରମଗଡ଼ ଏରିଆ କମିଟିର । ଏମାନଙ୍କ ନାଁରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ […]

୨୪ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
Samaya Live Picture
Published On

ମାଲକାନଗିରି : ମାଲକାନଗିରି ବିଜାପୁର ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ପୁଣି ଥରେ ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓବାଦୀ । ଛତିଶଗଡ଼ ବିଜାପୁର ପୁଲିସ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୧ ଜଣ ମହିଳା ମାଓବାଦୀ ରହିଛନ୍ତି । ଏହି ହାର୍ଡକୋର ମାଓବାଦୀମାନେ ପୂର୍ବ-ବସ୍ତର ଡିଭିଜନ ଭୈରମଗଡ଼ ଏରିଆ କମିଟିର । ଏମାନଙ୍କ ନାଁରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏମାନେ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୪ ଜଣଙ୍କ ନାମରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ସଂଗଠନର ଅତ୍ୟାଚାରରେ ଅତିଷ୍ଠ ହେବାସହ ସରକାରଙ୍କ ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମନ ବଳାଇଥିବା ସେମାନେ ପ୍ରକାଶ କରିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ୨୪ ଜଣଙ୍କୁ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ବିଜାପୁର ଏସପି ଜିତେନ୍ଦ୍ର ଚୌହ୍ବାନ କହିଛନ୍ତି

Tags: