୨୩ ରୁ ୨୫ ଶିମିଳିପାଳ ବନ୍ଦ,ଭିତରକନିକାରୁ ପର୍ଯ୍ୟଟକଙ୍କୁ ଫେରିଯିବାକୁ ନିର୍ଦେଶ
ମୟୁରଭଞ୍ଜ/କେନ୍ଦ୍ରାପଡା : ସମ୍ଭାବ୍ୟ ବାତ୍ୟା ‘ଦାନା’ ବାନ୍ଧୁଥିବା ନେଇ ଆଇଏମ୍ଡି ପକ୍ଷରୁ ଅପଡେଟ ରିପୋର୍ଟ ପ୍ରଦାନ କରାଯାଉଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ତିନି ଦିନ ପାଇଁ ଶିମିଳିପାଳ ବନ୍ଦ ରଖିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ବନ୍ଦ ରହିବ । ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ ପରେ ଶିମିଳିପାଳ ପୂର୍ବ […]
ମୟୁରଭଞ୍ଜ/କେନ୍ଦ୍ରାପଡା : ସମ୍ଭାବ୍ୟ ବାତ୍ୟା ‘ଦାନା’ ବାନ୍ଧୁଥିବା ନେଇ ଆଇଏମ୍ଡି ପକ୍ଷରୁ ଅପଡେଟ ରିପୋର୍ଟ ପ୍ରଦାନ କରାଯାଉଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ତିନି ଦିନ ପାଇଁ ଶିମିଳିପାଳ ବନ୍ଦ ରଖିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ବନ୍ଦ ରହିବ । ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ ପରେ ଶିମିଳିପାଳ ପୂର୍ବ ପରି ପର୍ଯ୍ୟଟକଙ୍କ ନିମନ୍ତେ ଖୋଲିବ ବୋଲି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚାଇ ଦିଆଯାଇଛି ।
ଅନ୍ୟପଟେ ବାତ୍ୟା ଦାନା ପାଇଁ ୨୩,ରୁ ୨୫ ତାରିଖ ୩ ଦିନ ଧରି ବନ୍ଦ ରହିବ ପର୍ଯ୍ୟଟନସ୍ଥଳୀ ଭିତରକନିକା । ରାତ୍ରି ଯାପନ ପାଇଁ ପର୍ଯ୍ୟଟକ କରିଥିବା ସମସ୍ତ ବୁକିଂକୁ ବାତିଲ୍ କରାଯାଇଥିବା ବେଳେ ସେଠାରେ ରହୁଥିବା ପର୍ଯ୍ୟଟକମାନଙ୍କୁ ଆଜି ସୁଦ୍ଧା ଭିତରକନିକା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂପ ନେଇ ମାଡି ଆସୁଛି । ଓଡ଼ିଶା ଉପକୂଳ ଭିତରକନିକା-ଧାମରା ମଧ୍ୟରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ । ସ୍ଥଳ ବିଶେଷରେ ପବନର ବେଗ ୧୨୦ କିମିକୁ ବଢିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।




