ରାଜ୍ୟର ୨୩ ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବିଜୁଳି ବିଲ

ଭୁବନେଶ୍ୱର : ବଡ଼ବଡ଼ିଆଙ୍କୁ ବିଜୁଳି ମାଫ । ରାଜ୍ୟରେ ୨୩ ଟି ପ୍ରମୁଖ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବିଜୁଳି ବିଲ । ଏସବୁ ସଂସ୍ଥା ମାନଙ୍କ ଉପରେ ବାକି ରହିଛି ୧୦୯୬ କୋଟି ଟଙ୍କା ବିଜୁଳି ବିଲ । ଆଜି ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ପୂର୍ବ ବିଜେଡି ସରକାରଙ୍କ ପ୍ରୀୟାପ୍ରତି ତୋଷଣ ଯୋଗୁଁ ୧୪ଟି ସଂସ୍ଥାଙ୍କର କୋଟି କୋଟି ଟଙ୍କା ବିଦ୍ୟୁତ ବିଲ ଛାଡ କରାଯାଇଛି […]

Samaya Live Picture
Published On

ଭୁବନେଶ୍ୱର : ବଡ଼ବଡ଼ିଆଙ୍କୁ ବିଜୁଳି ମାଫ । ରାଜ୍ୟରେ ୨୩ ଟି ପ୍ରମୁଖ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବିଜୁଳି ବିଲ । ଏସବୁ ସଂସ୍ଥା ମାନଙ୍କ ଉପରେ ବାକି ରହିଛି ୧୦୯୬ କୋଟି ଟଙ୍କା ବିଜୁଳି ବିଲ । ଆଜି ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ପୂର୍ବ ବିଜେଡି ସରକାରଙ୍କ ପ୍ରୀୟାପ୍ରତି ତୋଷଣ ଯୋଗୁଁ ୧୪ଟି ସଂସ୍ଥାଙ୍କର କୋଟି କୋଟି ଟଙ୍କା ବିଦ୍ୟୁତ ବିଲ ଛାଡ କରାଯାଇଛି ।

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ବକେୟା ବିଜୁଳି ବିଲ ଥିବା ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରେ ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବାବେଳେ ଯାଜପୁରର ଭିସା ଷ୍ଟିଲ ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି ।

ବିଗତ ୧୦ ବର୍ଷ ମଧ୍ୟରେ ୧୪ଟି ଶିଳ୍ପ ସଂସ୍ଥାକୁ ୪୦୯୭ କୋଟି ବକେୟା ବିଲ ଛାଡ଼ କରାଯାଇଛି । ସେହିପରି ୧୦ ବର୍ଷ ମଧ୍ୟରେ ବେଦାନ୍ତ ଲିମିଟେଡ଼କୁ ୩୫୯୯ କୋଟିର ବକେୟା ବିଜୁଳି ବିଲ ଛାଡ଼ କରାଯାଇ ଥିବାବେଳେ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟକୁ ୧୦୩ କୋଟି ଛାଡ଼ କରାଯାଇଛି । ଅନ୍ୟପଟେ ଜେକେ ପେପର ମିଲକୁ ମଧ୍ୟ ୨୬ କୋଟିର ବକେୟା ବିଲ ଛାଡ଼ କରାଯାଇଛି ବୋଲି ଗୃହରେ ଲିଖତ ଉତ୍ତର ରଖିଛନ୍ତି କେଭି ସିଂଦେଓ।

Tags: