କ୍ୟାମ୍ପସରେ ୨୨ ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ଆଜି ଗୃହରେ ଉଦବେଗ ଜନକ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ଘରୋଇ ଏବଂ ସରକାରୀ କଲେଜ କ୍ୟାମ୍ପସରେ ୨୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏଗୁଡିକ ମଧ୍ୟରୁ ରାୟଗଡାରେ ୪ ଛାତ୍ର, କିଟରେ ୨ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । କେନ୍ଦୁଝରରେ ୩, ବଲାଙ୍ଗିରରେ ୨ ଜଣ ଏବଂ ବାଲେଶ୍ୱରରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଆଜି ମୌସୁମୀ ଅଧିବେଶନର ଚତୁର୍ଥ ଦିନ […]

କ୍ୟାମ୍ପସରେ ୨୨ ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା
Samaya Live Picture
Published On

ଭୁବନେଶ୍ୱର : ଆଜି ଗୃହରେ ଉଦବେଗ ଜନକ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ଘରୋଇ ଏବଂ ସରକାରୀ କଲେଜ କ୍ୟାମ୍ପସରେ ୨୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏଗୁଡିକ ମଧ୍ୟରୁ ରାୟଗଡାରେ ୪ ଛାତ୍ର, କିଟରେ ୨ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । କେନ୍ଦୁଝରରେ ୩, ବଲାଙ୍ଗିରରେ ୨ ଜଣ ଏବଂ ବାଲେଶ୍ୱରରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଆଜି ମୌସୁମୀ ଅଧିବେଶନର ଚତୁର୍ଥ ଦିନ ଥିଲା । ଆଜି ମଧ୍ୟ ଗୃହରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ପ୍ରଶ୍ନୋତ୍ତର କାଳରେ ଉଭୟ ବିରୋଧୀ ହଙ୍ଗାମା କରିଛନ୍ତି । ମୁଖ୍ୟ ବିରୋଧୀ ବିଜେଡ଼ି ସାର ପ୍ରସଙ୍ଗରେ ସମସ୍ତ କାର୍ଯ୍ୟ ବାତିଲ କରି ଦିନ ତମାମ ଆଲୋଚନା କରିବାକୁ ଜିଦରେ ଅଡ଼ିବସିଛି । ବିଜେଡ଼ି ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ । ସେପଟେ କଂଗ୍ରେସ ବିଧାୟକମାନେ ନିଜ ଆସନରେ ପ୍ଲା କାର୍ଡ଼ ଧରି ଛିଡ଼ା ହୋଇଥିଲେ । ଯେଉଁଥିରେ ବିଜେଡ଼ି-ବିଜେପି ଭାଇ ଭାଇ ବୋଲି ଲେଖାଥିଲା ।

Tags: