ରାଜ୍ୟରେ ନିଲାମ ହେବ ୨୨ଟି ଖଣି
ଭୁବନେଶ୍ବର : ଖୁବ୍ଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଇସ୍ପାତ ଏବଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ବର୍ଷେ ଭିତରେ ୮ ଟି ଖଣି ନିଲାମ ହୋଇଛି । ଖୁବ୍ଶୀଘ୍ର ଆହୁରି ୨୨ଟି ଖଣି ନିଲାମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖଣି ନିଲାମ ଦ୍ୱାରା ରାଜସ୍ବ ବଢିବ । ଖଣି ପାଇଁ ଶିଳ୍ପ ଆସିଲେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ […]
ଭୁବନେଶ୍ବର : ଖୁବ୍ଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଇସ୍ପାତ ଏବଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ବର୍ଷେ ଭିତରେ ୮ ଟି ଖଣି ନିଲାମ ହୋଇଛି । ଖୁବ୍ଶୀଘ୍ର ଆହୁରି ୨୨ଟି ଖଣି ନିଲାମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖଣି ନିଲାମ ଦ୍ୱାରା ରାଜସ୍ବ ବଢିବ । ଖଣି ପାଇଁ ଶିଳ୍ପ ଆସିଲେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ସେ ଦିଗକୁ ଅଧିକ ପ୍ରାଧାନ୍ୟ ଦେଇ ଖଣି ବିଭାଗ କାମ କରୁଛି ।
ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ନିଲାମ କରୁ ନଥିଲେ । ନୂଆ ସରକାର ଆସିବା ପରେ ଗୋଟିଏ ବର୍ଷରେ ୮ଟି ଖଣି ନିଲାମ କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ବିଭୁତି ଜେନା ।




