୨୦୨୪ ନିର୍ବାଚନ ପୂର୍ବରୁ ୩୦ ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତି
ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜୋରଦାର ରଣକୌଶଳ ପ୍ରସ୍ତୁତିରେ ବିଜେଡି I ନିଜର ସାଙ୍ଗଠନିକ ଶକ୍ତିକୁ ଆହୁରି ଦୃଢ କରିବା ପାଇଁ ବିଜେଡି ତାର ପର୍ଯ୍ୟବେକ୍ଷକ ସ୍ତରରେ ଅଦଳବଦଳ କରିଛି I ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ଯବେକ୍ଷକଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ୩୦ଟି ଜିଲ୍ଲା ପାଇଁ ଆଜି ବିଜେଡି ୨୬ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ହୋଇଛି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ […]
ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜୋରଦାର ରଣକୌଶଳ ପ୍ରସ୍ତୁତିରେ ବିଜେଡି I ନିଜର ସାଙ୍ଗଠନିକ ଶକ୍ତିକୁ ଆହୁରି ଦୃଢ କରିବା ପାଇଁ ବିଜେଡି ତାର ପର୍ଯ୍ୟବେକ୍ଷକ ସ୍ତରରେ ଅଦଳବଦଳ କରିଛି I ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ଯବେକ୍ଷକଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ୩୦ଟି ଜିଲ୍ଲା ପାଇଁ ଆଜି ବିଜେଡି ୨୬ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ହୋଇଛି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ୪ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ସେହପିର ପର୍ଯ୍ୟବେକ୍ଷକ ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି ।
ସେହିପହିରି କ୍ୟାପଟେନ ଦିବ୍ୟ ଦି ଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି ଦାୟିତ୍ବ ମିଳିଛି । ତେବେ ଏଥିସହ ପ୍ରଶାନ୍ତ ମୁଦୁଲିଙ୍କୁ ମଯୁରଭଞ୍ଜ,ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର-ଢେଙ୍କାନାଳ-ଅନୁଗୁଳ-କେଉଁଝର , ପ୍ରତାପ କେଶରୀ ଦେବ – ବାଲେଶ୍ଵର, ସୁଧୀର କୁମାର ସାମଲ – ବରଗଡ଼, ପ୍ରଫୁଲ କୁମାର ମଲିକ – କଟକ, ଅରୁଣ କୁମାର ସାହୁ – ଜଗତସିଂହପୁର, ବିଜୟ ବି ନାୟକ – କନ୍ଧମାଳ, ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡା, ଈଶ୍ବର ପାଣିଗ୍ରାଣିଗ୍ରାହୀ – ନବରଙ୍ଗପୁର, ପ୍ରଦ୍ମନାଭ ବେହେରା – ନୟାଗଡ଼, ସେନ୍ହଙ୍ଗିନୀ ଛୁରିଆ – ନୂଆପଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ – ପୁରୀ , ପ୍ରୀତିରତିଞ୍ଜନ ଘଡେଇ – ସୁନ୍ଦରଗଡ଼, ପ୍ରଣବ ବଳବନ୍ତ ରାୟ – କଳାହାଣ୍ଡି, ପ୍ରଦୀପ କୁମାର ଅମାତ – ଗଞ୍ଜାମ, ସୌଭାଗ୍ୟ ନାୟକ – ବୌଦ୍ଧ, ଅଶୋକ କୁମାର ପଣ୍ଡା – ଯାଜପୁର, ସାରଦା ପ୍ରସାଦ ନାୟକ – ଝାରସୁଗୁଡା , ଦେବେଶ ଆଚାର୍ଯ୍ୟ ଙ୍କୁ ସୁବର୍ଣ୍ଣପୁର , ଅତନୁ ସବ୍ୟସାଚୀ ନାୟକଙ୍କୁ ରାୟଗଡା ଆଉ ଗଜପତି ଜିଲ୍ଲା ଦାୟିତ୍ବ ମିଳିଛି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵ ମିଳିଛି ।




