୩୨ କେନ୍ଦ୍ରରେ ଯୁକ୍ତ୨ ତତ୍କାଳ ପରୀକ୍ଷା

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ତତ୍କାଳ ପରୀକ୍ଷା ଜୁଲାଇ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ। ୧୩ ତାରିଖ ସକାଳ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଗୋଟିଏ ସିଟିଂରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା କରାଯିବ। ମାତ୍ର ଜୀବ ବିଜ୍ଞାନ-୧(ଉଦ୍ଭିଦ ବିଜ୍ଞାନ) ବିଷୟ ପରୀକ୍ଷା ସେହିଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା […]

Samaya Live Picture
Published On

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ତତ୍କାଳ ପରୀକ୍ଷା ଜୁଲାଇ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ। ୧୩ ତାରିଖ ସକାଳ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଗୋଟିଏ ସିଟିଂରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା କରାଯିବ। ମାତ୍ର ଜୀବ ବିଜ୍ଞାନ-୧(ଉଦ୍ଭିଦ ବିଜ୍ଞାନ) ବିଷୟ ପରୀକ୍ଷା ସେହିଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ଏବଂ ଜୀବ ବିଜ୍ଞାନ-୨(ପ୍ରାଣୀ ବିଜ୍ଞାନ) ବିଷୟ ପରୀକ୍ଷା ପୂର୍ବାହ୍ନ ୧୧ଟା ୫୦ରୁ ଅପରାହ୍ଣ ୧ଟା ୨୦ ମଧ୍ୟରେ ହେବ। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଧନ୍ଦାମୂଳକ ବିଭାଗର ସମସ୍ତ ଥିଓରି ବିଷୟ ପରୀକ୍ଷା କରାଯିବ।

ଥିଓରି ପରୀକ୍ଷା ପାଇଁ ରାଜ୍ୟରେ ୩୨ଟି ପରୀକ୍ଷା କେନ୍ଦ୍ର ହୋଇଛି। ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏ କେନ୍ଦ୍ର ହୋଇଥିବା ବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଲେଖାଏ କେନ୍ଦ୍ର କରାଯାଇଛି। ଜୁନ୍‌ ୧୪ ତାରିଖରେ ଗୋଟିଏ ସିଟିଂରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ସମସ୍ତ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ହେବ।

Tags: