ଓଡ଼ିଶାର ୮୯୦ଟି ଷ୍ଟେଟ ବ୍ୟାଙ୍କରେ ହେଇପାରିବ ୨୦୦୦ ଟଙ୍କା ନୋଟ୍ ବଦଳ
ଭୁବନେଶ୍ବର: ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ବଦଳ ହେଇ ପାରିବ ୨୦୦୦ ଟଙ୍କିଆ ନୋଟ୍ I ଓଡ଼ିଶା ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା ଏକ୍ସଚେଞ୍ଜ ପାଇଁ ରହିଛି। ୬୪ କରେନ୍ସି ଚେଷ୍ଟରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ଆକାରରେ ମହଜୁଦ ରହିଛି ଏହି ଅର୍ଥ। ଏଣୁ ଲୋକମାନଙ୍କର କୌଣସି ସମସ୍ୟା ହେବ ନାହିଁ। ଲୋକମାନେ ଥରକେ ୨୦ ହଜାର ଟଙ୍କା ଯାଏ ବଦଳ କରିପାରିବେ। ସେମାନେ ଚାହିଁଲେ ପୁଣି ଧାଡ଼ିରେ […]
ଭୁବନେଶ୍ବର: ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ବଦଳ ହେଇ ପାରିବ ୨୦୦୦ ଟଙ୍କିଆ ନୋଟ୍ I ଓଡ଼ିଶା ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା ଏକ୍ସଚେଞ୍ଜ ପାଇଁ ରହିଛି। ୬୪ କରେନ୍ସି ଚେଷ୍ଟରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ଆକାରରେ ମହଜୁଦ ରହିଛି ଏହି ଅର୍ଥ। ଏଣୁ ଲୋକମାନଙ୍କର କୌଣସି ସମସ୍ୟା ହେବ ନାହିଁ। ଲୋକମାନେ ଥରକେ ୨୦ ହଜାର ଟଙ୍କା ଯାଏ ବଦଳ କରିପାରିବେ। ସେମାନେ ଚାହିଁଲେ ପୁଣି ଧାଡ଼ିରେ ରହି ଏକାଧିକ ଥର ୨୦୦୦ଟଙ୍କା ବଦଳ କରିପାରିବେ। ବ୍ୟାଙ୍କ ଆସି ମେସିନରେ ୨୦୦୦ଟଙ୍କା ଜମା କରି ପାରିବେ। ଷ୍ଟେଟ ବ୍ୟାଙ୍କ ଶାଖାରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯାଇଛି। ନୋଟ୍ ଏକ୍ସଚେଞ୍ଜ ପାଇଁ ସୁବ୍ୟବସ୍ଥା କରାଯାଇଛି। ଲୋକଙ୍କ ପାଇଁ ବହୁତ ସମୟ ରହିଛି। ବ୍ୟସ୍ତ ବିବ୍ରତ ନ ହୋଇ ଧୀରେଧୀରେ ବ୍ୟାଙ୍କରେ ନୋଟ୍ ବଦଳାଇ ପାରିବେ। ଏନେଇ ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଆଜି ଠାରୁ ୨୩-୦୫-୨୦୧୩ ରିଖ ଠାରୁ ବ୍ୟାଙ୍କ ମାନଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳି କରାଯାଉଛି Iଏହା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ Iଗୋଟିଏ ଦିନରେ ଜଣେ ୧୦ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ କିମ୍ବା ସର୍ବାଧିକ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ୍ ବଦଳ କରିପାରିବେ। ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ ଅଛି ସେମାନେ ବିନା ସ୍ଲିପ୍ ଏବଂ ଆଇଡିରେ ବ୍ୟାଙ୍କ ଯାଇ ତାହାକୁ ବିନିମୟ ଏବଂ ଜମା କରିପାରିବେ। ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ଜମା ଏବଂ ବଦଳ କ୍ଷେତ୍ରରେ କୌଣସି ପ୍ରକାରର କାଗଜପତ୍ର ଆବଶ୍ୟକ ନାହିଁ। ନିକଟତମ ଶାଖା କିମ୍ବା ଅନ୍ୟ କୌଣସି ବ୍ୟାଙ୍କରେ ମଧ୍ୟ ଏହି ନୋଟ୍ଗୁଡିକୁ ଆକାଉଣ୍ଟରେ ବିନିମୟ କିମ୍ବା ଜମା କରାଯାଇପାରିବ। ବ୍ୟାଙ୍କରେ ନୋଟ୍ ଜମା କରିବା ଏବଂ ବିନିମୟ ପାଇଁ ପୁରୁଣା ନିୟମ ଲାଗୁ ହେବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। ୨୦୦୦ ଟଙ୍କିଆ ନୋଟ୍ ଜମା କରିବାରେ କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ। ବୋଲି ସେ କହିଛନ୍ତି। ଆପଣ ନିଜ ଆକାଉଣ୍ଟରେ ଯେତିକି ନଗଦ ଚାହିଁବେ ଜମା କରିପାରିବେ। ୫୦ ହଜାରରୁ ଅଧିକ ଟଙ୍କା ଜମା ଉପରେ ପାନ୍ କାର୍ଡ ଦେବାକୁ ପଡିବ, ଯେଉଁ ନିୟମ ପୂର୍ବରୁ ବଳବତ୍ତର ଅଛି। ଏହା କେବଳ ୨୦୦୦ ଟଙ୍କିଆ ନୋଟ୍ ନୁହେଁ ବରଂ ସମସ୍ତ ବର୍ଗର ନୋଟ କ୍ଷେତ୍ରରେ ପ୍ରଯୁଯ୍ୟ।




