ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ଟି ପର୍ସିଆନ ବିଲେଇ
ଝାରସୁଗୁଡ଼ା : ରେଳଷ୍ଟେସନ ରୁ ଉଦ୍ଧାର ହେଲା ବିରଳ ପର୍ସିଆନ ବିଲେଇ । ମୁମ୍ବାଇରୁ କୋଲକାତା ଶାଲିମାରକୁ ଚାଲାଣ ବେଳେ ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ଟି ଇଂପୋର୍ଟେଡ଼ ପର୍ସିଆନ ବିଲେଇ। ଏହାକୁ ମୁମ୍ବାଇ ଶାଳୀମାର ଟ୍ରେନରେ ଅଣାଯାଉଥିଲା । ଏଥିରେ ଅଛନ୍ତି ବଡ଼ ସାନ କରି ୨୦ଟି ପର୍ସିଆନ ବିଲେଇ। ମୁମ୍ବାଇରୁ ଆଣି ସାନ୍ତରାଗାଛିକୁ ନେଇ ଯାଉଥିଲେ ଏହି ବିଲେଇ ବୋଲି ଆରପିଏଫ ତରଫରୁ ସୂଚନା ମିଳିଛି । ତେବେ ସାନ୍ତ୍ରାଗାଛିର ଏକ ଫାର୍ମ […]
ଝାରସୁଗୁଡ଼ା : ରେଳଷ୍ଟେସନ ରୁ ଉଦ୍ଧାର ହେଲା ବିରଳ ପର୍ସିଆନ ବିଲେଇ । ମୁମ୍ବାଇରୁ କୋଲକାତା ଶାଲିମାରକୁ ଚାଲାଣ ବେଳେ ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ଟି ଇଂପୋର୍ଟେଡ଼ ପର୍ସିଆନ ବିଲେଇ। ଏହାକୁ ମୁମ୍ବାଇ ଶାଳୀମାର ଟ୍ରେନରେ ଅଣାଯାଉଥିଲା । ଏଥିରେ ଅଛନ୍ତି ବଡ଼ ସାନ କରି ୨୦ଟି ପର୍ସିଆନ ବିଲେଇ। ମୁମ୍ବାଇରୁ ଆଣି ସାନ୍ତରାଗାଛିକୁ ନେଇ ଯାଉଥିଲେ ଏହି ବିଲେଇ ବୋଲି ଆରପିଏଫ ତରଫରୁ ସୂଚନା ମିଳିଛି । ତେବେ ସାନ୍ତ୍ରାଗାଛିର ଏକ ଫାର୍ମ ରେ ବିକ୍ରି କରିବାର ଉଦେଶ୍ୟରେ ଏହି ବିଦେଶୀ ବିଲେଇ ଟ୍ରେନ ଚାଲାଣ ହେଉଥିବା ଅନୁମାନ କରୁଛି ବ୍ରଜରାଜନଗର ଆରପିଏଫ ।
ଶାଳୀମାର ଟ୍ରେନରେ ରାତିରେ ୨.୩୦ରେ ବ୍ରଜରାଜନଗର ଷ୍ଟେସନରେ ପହଁଚିବା ପରେ ଆରପିଏଫ ତରଫରୁ ବିଲେଇ ନେଇ ଯାଉଥିବା ଦମ୍ପତିଙ୍କୁ ଅଟକ ରଖିଛି ନେଇଛି ଆରପିଏଫ । ମୁମ୍ବାଇର ଆମୀନ ଶୈୟଦ ନିଜ ସ୍ତ୍ରୀ ଏବଂ ଚାରି ମାସର ଶିଶୁକୁ ନେଇ ଏହି ବିଲେଇ ନେଇ ଯାଉଥିଲେ ।




