ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ୍ ୱେରେ ୨ ଯୁବକଙ୍କୁ ଗୁଳିମାଡ଼

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ୍ ୱେରେ ଗୁଳିକାଣ୍ଡ । କୁତ୍ରା ଥାନା ସ୍କାନ ଷ୍ଟିଲ ନିକଟରେ ଏହି ଗୁଳିମାଡ଼ ହୋଇଛି I ପିକଅପ ଭ୍ୟାନରେ ଯାଉଥିବା ବେଳେ ୨ ଯୁବକଙ୍କୁ ଅତର୍କିତ ଭାବେ ଗୁଳିମାଡ଼ କରିଛନ୍ତି ୪ରୁ ୫ ଜଣ ଦୁର୍ବୃତ୍ତ । ଜଣଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ ବେକରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ଜଣ ଛତିଶଗଡ଼ […]

Samaya Live Picture
Published On

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ୍ ୱେରେ ଗୁଳିକାଣ୍ଡ । କୁତ୍ରା ଥାନା ସ୍କାନ ଷ୍ଟିଲ ନିକଟରେ ଏହି ଗୁଳିମାଡ଼ ହୋଇଛି I ପିକଅପ ଭ୍ୟାନରେ ଯାଉଥିବା ବେଳେ ୨ ଯୁବକଙ୍କୁ ଅତର୍କିତ ଭାବେ ଗୁଳିମାଡ଼ କରିଛନ୍ତି ୪ରୁ ୫ ଜଣ ଦୁର୍ବୃତ୍ତ । ଜଣଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ ବେକରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ଜଣ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର ହୋଇଥିବା ଜଣାପଡ଼ିଛି । ଗୁଳିମାଡ଼ ସମୟରେ ଦୁର୍ବୁତ୍ତ ମାନେ ମୁଖା ପିନ୍ଧି ଆସିଥିବା ଜଣା ପଡିଛି I

ଆଜି ଭୋର ସମୟରେ ରତ୍ନାକର ଏବଂ ବିକ୍ରମ ନିଜ ପିକଅପ ଭ୍ୟାନରେ ରାଉରକେଲା ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ I ତେବେ କିଏ ଓ କାହିଁକି ସେମାନଙ୍କ ଉପରକୁ ଗୁଡ଼ିମାଡ଼ କଲା ତାହା ଜଣାପଡ଼ି ନାହିଁ । ଗୁଳିମାଡ଼ ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଘଟଣା ସମ୍ପର୍କରେ ପୋଲିସ କୁ ଖବର ଦିଆଯାଇଥିଲା I ପୋଲିସ ମେଡିକାଲ ଯାଇ ବୟାନ ରେକର୍ଡ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Tags: