ଟ୍ରେନ ରୁ ଖସି ୨ ଯୁବକ ମୃତ

ସୋରୋ : ରେଳରେ କଟି ୨ ଯୁବକଙ୍କ ମୃତ୍ୟୁ I ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ ନିକଟରେ ଟ୍ରେନରୁ ଖସି ଦୁଇ ଯୁବକର ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ଜଣେ ଯୁବକ ବାଲେଶ୍ୱର ଜିଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସହିର ହରେକୃଷ୍ଣ ପାଣ୍ଡବ (୨୨)। ସେ ସୋରର ଏକ ଘରୋଇ ହୋଟେଲରେ କାମ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଡାଉନ୍‌ ଜଗନ୍ନାଥ ଏକ୍ସପ୍ରେସରେ କୋଲକତା ଯାଉଥିବା ବେଳେ ଟ୍ରେନରୁ ଖସି ପଡ଼ିଥିଲେ । […]

Samaya Live Picture
Published On

ସୋରୋ : ରେଳରେ କଟି ୨ ଯୁବକଙ୍କ ମୃତ୍ୟୁ I ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ ନିକଟରେ ଟ୍ରେନରୁ ଖସି ଦୁଇ ଯୁବକର ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ଜଣେ ଯୁବକ ବାଲେଶ୍ୱର ଜିଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସହିର ହରେକୃଷ୍ଣ ପାଣ୍ଡବ (୨୨)। ସେ ସୋରର ଏକ ଘରୋଇ ହୋଟେଲରେ କାମ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଡାଉନ୍‌ ଜଗନ୍ନାଥ ଏକ୍ସପ୍ରେସରେ କୋଲକତା ଯାଉଥିବା ବେଳେ ଟ୍ରେନରୁ ଖସି ପଡ଼ିଥିଲେ ।

ସେହିପରି ଅନ୍ୟ ଜଣେ ବିହାର ଅଞ୍ଚଳର ଅବଦୁଲ କ୍ବାଦିର (୨୪)। ସେ ନିଜ ସାଥୀମାନଙ୍କ ସହ ପାଟନାରୁ ବିଶାଖାପାଟଣା ଅଭିମୁଖେ ଏର୍ଣ୍ଣାକୁଲମ୍‌ ବିଶାଖାପାଟନା ଏକ୍ସପ୍ରେସରେ ଯାଉଥିଲେ। ଟ୍ରେନରେ ସିଟ ନ ଥିବା କାରଣରୁ ଦ୍ୱାର ସମ୍ମୁଖରେ ବସିଥିବା ସମୟରେ ବିଳମ୍ବିତ ରାତିରେ ସୋର ଷ୍ଟେସନର ଅନତି ଦୂର ତଳନଗର ନିକଟରେ ଖସିପଡ଼ିଥିଲେ। ସାଥୀମାନେ ଟ୍ରେନର ଚେନକୁ ଟାଣି ଗାଡି ଅଟକାଇବା ସହ ପୁଲିସକୁ ଖବର ଦେଇ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Tags: