ପଥର ବ୍ଲାଷ୍ଟିଂ ବେଳେ ଚାପିହୋଇ ୨ ଶ୍ରମିକ ମୃତ

ମୋହନା : ଗଜପତି ଜ଼ିଲ୍ଲା ମୋହନା ଥାନା ବନ୍ଧାଗୁଡା ଗ୍ରାମ ନିକଟରେ ଘଟିଛି ବଡ଼ ଅଘଟଣ I ପଥର ବ୍ଳଷ୍ଟିଙ୍ଗ ବେଳେ ଚାପି ହୋଇ ୨ ଶ୍ରମିକ ମୃତ I ମୃତ ଶ୍ରମିକ ଦୁଇ ଜଣ ହେଲେ ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ, ମଧୁରଛୁଆ ଗାଁର ବିଷ୍ଣୁ ପ୍ରସାଦ ନାହକ। ସମ୍ପର୍କରେ ସେମାନେ ମାମୁଁ ଭଣଜା ଅଟନ୍ତି I ସୂଚନା ଅନୁସାରେ ଗତକାଲି ଅପରାହ୍ଣରେ ଏହି ୨ ଜଣ ପଥର କୁଆଁରୀକୁ ଯାଇଥିଲେ […]

Samaya Live Picture
Published On

ମୋହନା : ଗଜପତି ଜ଼ିଲ୍ଲା ମୋହନା ଥାନା ବନ୍ଧାଗୁଡା ଗ୍ରାମ ନିକଟରେ ଘଟିଛି ବଡ଼ ଅଘଟଣ I ପଥର ବ୍ଳଷ୍ଟିଙ୍ଗ ବେଳେ ଚାପି ହୋଇ ୨ ଶ୍ରମିକ ମୃତ I ମୃତ ଶ୍ରମିକ ଦୁଇ ଜଣ ହେଲେ ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ, ମଧୁରଛୁଆ ଗାଁର ବିଷ୍ଣୁ ପ୍ରସାଦ ନାହକ। ସମ୍ପର୍କରେ ସେମାନେ ମାମୁଁ ଭଣଜା ଅଟନ୍ତି I

ସୂଚନା ଅନୁସାରେ ଗତକାଲି ଅପରାହ୍ଣରେ ଏହି ୨ ଜଣ ପଥର କୁଆଁରୀକୁ ଯାଇଥିଲେ । ରାତିରେ କ୍ରସରରେ ପଥର ଫୁଟାଇବା ପାଇଁ ସେମାନେ ବିସ୍ଫୋରକ ସଂଯୋଗ କରୁଥିବାବେଳେ ତାହା ହଠାତ୍ ଫୁଟି ଯାଇଥିଲା । ଏହି ସମୟରେ ଏକ ବଡ ପଥର ତାଙ୍କ ଉପରେ ମାଡି ବସିଥିଲା ।କ୍ରସର ନିକଟରେ ଥିବା ପାହାଡ଼ରେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ମୋହନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ଚେଷ୍ଟା ଜାରି ରଖିଛନ୍ତି।

Tags: