ବିଦ୍ୟୁତ ଆଘାତରେ ୨ ମହିଳା ମୃତ

ସମ୍ବଲପୁର : ବିଦ୍ୟୁତ ଆଘାତରେ ୨ ମହିଳା ମୃତ I ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଲିପିଣ୍ଡା ପଞ୍ଚାୟତ ଦାବ ତଏଲା ଗ୍ରାମରେ I ପାଣି ମଟର ଚଲାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ବୋହୂ। ବଞ୍ଚାଇବାକୁ ଯାଇ ଶାଶୁ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଲଟକି ଯାଇଥିଲେ । ଏହା ଦେଖି କିଛି ସମୟ ପରେ ପଡୋଶୀ ଲାଇନ କାଟି ଉଭୟଙ୍କୁ ଉଦ୍ଧାର କରିଥିଲେ I କିନ୍ତୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।ମୃତକ […]

Samaya Live Picture
Published On

ସମ୍ବଲପୁର : ବିଦ୍ୟୁତ ଆଘାତରେ ୨ ମହିଳା ମୃତ I ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଲିପିଣ୍ଡା ପଞ୍ଚାୟତ ଦାବ ତଏଲା ଗ୍ରାମରେ I ପାଣି ମଟର ଚଲାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ବୋହୂ। ବଞ୍ଚାଇବାକୁ ଯାଇ ଶାଶୁ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଲଟକି ଯାଇଥିଲେ । ଏହା ଦେଖି କିଛି ସମୟ ପରେ ପଡୋଶୀ ଲାଇନ କାଟି ଉଭୟଙ୍କୁ ଉଦ୍ଧାର କରିଥିଲେ I କିନ୍ତୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।ମୃତକ ମାନେ ହେଲେ ଖୁଡ଼ିଶାଶୂ ସତ ମିର୍ଦ୍ଧା(୫୦) ଓ ବୋହୂ ପଦ୍ମିନୀ ମିର୍ଦ୍ଧା (୨୩)। ଏହି ଘଟଣା ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ଯୁଯୁମୁରା ଥାନା ପୋଲିସର ତଦନ୍ତ ଜାରି ରହିଛି।

Tags: