+୨ ପରୀକ୍ଷା ମାର୍କିଂ ଢାଞ୍ଚାରେ ହେବ ପରିବର୍ତ୍ତନ
ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ୨ ବୋର୍ଡ ପରୀକ୍ଷା ମୂଲ୍ୟାୟନରେ ହେବ ପରିବର୍ତ୍ତନ । ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ ୨ ଛାତ୍ରଛାତ୍ରୀ । ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଉଭୟ ଆସେସମେଣ୍ଟ ଓ ଥିଓରୀ ପରୀକ୍ଷାକୁ ମିଶାଇ ୧୦୦ ମାର୍କର ପରୀକ୍ଷା ଦେବେ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା […]
ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ୨ ବୋର୍ଡ ପରୀକ୍ଷା ମୂଲ୍ୟାୟନରେ ହେବ ପରିବର୍ତ୍ତନ । ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ ୨ ଛାତ୍ରଛାତ୍ରୀ । ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଉଭୟ ଆସେସମେଣ୍ଟ ଓ ଥିଓରୀ ପରୀକ୍ଷାକୁ ମିଶାଇ ୧୦୦ ମାର୍କର ପରୀକ୍ଷା ଦେବେ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ।
ଚଳିତ ବର୍ଷ ଜାତୀୟ ଶିକ୍ଷା ପଦ୍ଧତି ଅନୁସାରେ ଯୁକ୍ତ୨ ପରୀକ୍ଷା ଅନୁଷ୍ଠିତ ହେବ । ପିଲାଙ୍କୁ ବୋର୍ଡ ପରୀକ୍ଷା ଚାପ କମାଇବା ଓ ଭଲ ନମ୍ବର ସ୍କୋର୍ କରିବା ପାଇଁ ନେସନାଲ ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି ନେଇଛି । ୧୦୦ରୁ ୨୪ ମାର୍କ ରଖିଲେ ହେବେ ପାସ । ପୂର୍ବରୁ ମାର୍କିଙ୍ଗ ଢାଞ୍ଚା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ପିଲାମାନେ ବୋର୍ଡରେ ଭଲ ନମ୍ବର ରଖି ପାରୁନଥିଲେ । ଏଣୁ ପିଲାଙ୍କ ସୁବିଧା ପାଇଁ ନୂଆ ଢାଞ୍ଚାରେ ଚଳିତ ଥର ମାର୍କ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ।




