ଫେବୃଆରୀ ୧୮ ରୁ +୨ ଥିଓରୀ ପରୀକ୍ଷା,ଆଜି ଠାରୁ ହବକୁ ଗଲା ପ୍ରଶ୍ନ ପତ୍ର

ଭୁବନେଶ୍ୱର : ଆରମ୍ଭ ହେଲା ପରୀକ୍ଷା ଋତୁ । ଆସନ୍ତା ଫେବୃଆରୀ ୧୮ ରୁ ଆରମ୍ଭ ହେବାକୁ ଯାଉଛି +୨ ଥିଓରୀ ପରୀକ୍ଷା । ୧୮ ତାରିଖ ଠାରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ +୨ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ । ଆଜି କଡା ସୁରକ୍ଷା ମଧ୍ୟରେ ୧୦ ଟି ରୁଟ ଦେଇ‘ପରୀକ୍ଷା ପରିଚାଳନା ହବ୍ (ଇଏମ୍ଏଚ୍) କୁ ପ୍ରଶ୍ନପତ୍ର ପଠାଯାଇଛି । ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ହବକୁ ପଠାଯାଇଛି । ସୂଚନା […]

ଫେବୃଆରୀ ୧୮ ରୁ +୨ ଥିଓରୀ ପରୀକ୍ଷା,ଆଜି ଠାରୁ ହବକୁ ଗଲା ପ୍ରଶ୍ନ ପତ୍ର
Samaya Live Picture
Published On

ଭୁବନେଶ୍ୱର : ଆରମ୍ଭ ହେଲା ପରୀକ୍ଷା ଋତୁ । ଆସନ୍ତା ଫେବୃଆରୀ ୧୮ ରୁ ଆରମ୍ଭ ହେବାକୁ ଯାଉଛି +୨ ଥିଓରୀ ପରୀକ୍ଷା । ୧୮ ତାରିଖ ଠାରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ +୨ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ । ଆଜି କଡା ସୁରକ୍ଷା ମଧ୍ୟରେ ୧୦ ଟି ରୁଟ ଦେଇ‘ପରୀକ୍ଷା ପରିଚାଳନା ହବ୍ (ଇଏମ୍ଏଚ୍) କୁ ପ୍ରଶ୍ନପତ୍ର ପଠାଯାଇଛି । ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ହବକୁ ପଠାଯାଇଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ମୋଟ ୨୦୫ଟି ହବରେ ପ୍ରଶ୍ନପତ୍ର ରଖାଯିବ । ପରୀକ୍ଷା ଦିନ ହବ୍‌ରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ । ଚଳିତବର୍ଷ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ଆଜି ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶା ଅଧିନରେ ଆସୁଥିବା ପରୀକ୍ଷା ହବ ଗୁଡିକୁ ଗଲା ପରୀକ୍ଷା ପ୍ରଶ୍ନ ପତ୍ର।

ଅନ୍ୟପକ୍ଷରେ ଚଳିତ ବର୍ଷ ଯୁକ୍ତ ୨ ରେ ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳାରେ ସର୍ବାଧିକ ୨ ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬, ଧନ୍ଦା ମୂଳକରେ ୫ ହଜାର ୭୨୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଏଥର ୨୦୫ଟି ହବ୍ କରାଯାଇଛି। ଚଳିତ ବର୍ଷ ୧୨୬୭ଟି ପରୀକ୍ଷା କେନ୍ଦ୍ର ହୋଇଛି, ଯାହାକି ୨୦୫ଟି ହବ୍ ଅଧୀନରେ ରହିଛି। କଲେଜ ଅଧ୍ୟକ୍ଷମାନେ ମୁଖ୍ୟତଃ ହବ୍ ସୁପରଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି। ଯେଉଁଠାରେ ଅଧ୍ୟକ୍ଷ ଦାୟିତ୍ବରେ ନାହାନ୍ତି, ସେଠାରେ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକଙ୍କୁ ସୁପରଭାଇଜର ଦାୟିତ୍ବରେ ରଖାଯାଇଛି। ସୁପରଭାଇଜରଙ୍କ ବ୍ୟତୀତ ଇଏମ୍ଏଚ୍ ରେ ଡେପୁଟି ସୁପରଭାଇଜର, ଇଏମ୍ଏଚ୍ ସହାୟକ, ଜଣେ ଲେଖାଏ ଅଧିକାରୀ ଓ ନାଇଟ୍ ୱାର୍‌ମ୍ୟାନ୍ ହବ୍ ପରିଚାଳନା ଦାୟିତ୍ବରେ ରହିଛନ୍ତି। ହବ୍‌ର ଷ୍ଟ୍ରଙ୍ଗ୍‌ରୁମ୍‌ରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୁଲିସ ପହରା ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ର ଗ୍ରହଣ କରିବା ଦିନଠାରୁ ହିଁ ହବ୍‌ଗୁଡ଼ିକ କାର୍ଯ୍ୟକ୍ଷମ ହେବ। କୌଣସି ବି ପରିସ୍ଥିତିରେ ହବ୍ ସୁପରଭାଇଜର କିମ୍ବା ଡେପୁଟି ସୁପରଭାଇଜର ଷ୍ଟ୍ରଙ୍ଗ୍‌ରୁମ୍‌କୁ ଏକା ଖୋଲି ପ୍ରବେଶ କରିପାରିବେ ନାହିଁ । ଯେତେବେଳେ ବି ଷ୍ଟ୍ରଙ୍ଗ୍‌ରୁମ୍ ଖୋଲାଯିବ ସେତେବେଳେ ଉଭୟ ଉପସ୍ଥିତ ରହିବା ବାଧ୍ୟତାମୂଳକ । ପରିଷଦ କାର୍ଯ୍ୟାଳୟରେ ୫ ଶହ ଶିକ୍ଷାନୁଷ୍ଠାନର ସିଧା ପ୍ରସାରଣ ସିସିଟିଭି ମାଧ୍ୟମରେ ପରିଷଦ କାର୍ଯ୍ୟାଳୟରେ ଯାଞ୍ଚ କରାଯିବ । ଏଥିସହ ପ୍ରଶ୍ନପତ୍ର ଲିକ୍ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି । କପି ରୋକିବା ନେଇ ଗଠନ ହୋଇଛି ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ । ବଡ଼ ଜିଲ୍ଲାରେ ୨ଟି ଓ ଛୋଟ ଜିଲ୍ଲାରେ ଗୋଟିଏ ରହିବେ ସ୍କ୍ୱାଡ୍ । ଅନ୍ୟପକ୍ଷରେ ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳ ଘୋଷଣା କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

Tags: