ସମୁଦ୍ରରେ ବୁଡ଼ିଗଲେ ୨ ଛାତ୍ରୀ,୧ମୃତ ଆଉ ଜଣକୁ ଖୋଜୁଛି କୋଷ୍ଟଗାର୍ଡ ବିମାନ
ଛତ୍ରପୁର : ସମୁଦ୍ର ଗାଧୁଆ ହେଲା କାଳ I ଆଜି ସକାଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଆର୍ଯ୍ୟପଲ୍ଲୀରେ ଘଟିଛି ଏହି ଅଭବନୀୟ ଘଟଣା I ସମୁଦ୍ରରେ ଗାଧୁଆବେଳେ ବୁଡ଼ିଯାଇ ନିଖୋଜ ହୋଇଥିଲେ ୨ଛାତ୍ରୀ I ଏମାନଙ୍କ ମଧ୍ୟରୁ ଜଣକର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ନିଖୋଜ ହୋଇଯାଇଥିବା ଛାତ୍ରୀଙ୍କୁ ଖୋଜିବା ପାଇଁ ନିୟୋଜିତ ହେଲା କୋଷ୍ଟଗାର୍ଡ ବିମାନ I ମୃତI ଛାତ୍ରୀ ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ […]
ଛତ୍ରପୁର : ସମୁଦ୍ର ଗାଧୁଆ ହେଲା କାଳ I ଆଜି ସକାଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଆର୍ଯ୍ୟପଲ୍ଲୀରେ ଘଟିଛି ଏହି ଅଭବନୀୟ ଘଟଣା I ସମୁଦ୍ରରେ ଗାଧୁଆବେଳେ ବୁଡ଼ିଯାଇ ନିଖୋଜ ହୋଇଥିଲେ ୨ଛାତ୍ରୀ I ଏମାନଙ୍କ ମଧ୍ୟରୁ ଜଣକର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ନିଖୋଜ ହୋଇଯାଇଥିବା ଛାତ୍ରୀଙ୍କୁ ଖୋଜିବା ପାଇଁ ନିୟୋଜିତ ହେଲା କୋଷ୍ଟଗାର୍ଡ ବିମାନ I
ମୃତI ଛାତ୍ରୀ ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ ହେଲେ ଶେରଗଡ଼ର ଗୁଡିଲି ମିଶ୍ର। ଉଭୟେ ଯାତ୍ରା ଦେଖିବା ପାଇଁ ନିଜ ମାମୁଙ୍କ ଘରକୁ ଆସିଥିବା ବେଳେ ଆଜି ସକାଳ ୭ଟା ବେଳେ ୫ଜଣ ସାଙ୍ଗଙ୍କ ସହ ମିଶି ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ସ୍ନାନ କରିବା ବେଳେ ବୁଡି ଯାଇଥିଲେ I ସ୍ୱପ୍ନାରାଣୀ ଯୁକ୍ତ ତିନି ପଢୁଥିଲା ବେଳେ ଗୁଡଲି ଯୁକ୍ତ ଦୁଇ କଳାରେ ପଢ଼ୁଥିଲେ ।
ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରି ସ୍ୱପ୍ନାରାଣୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ହେଲେ ଏବେବି ଗୁଡଲି ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଗୁଡଲିଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।
ଏମାନଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର, ତଟରକ୍ଷୀ ବାହିନୀ ନିର୍ଦ୍ଦେଶକଙ୍କୁ ରେସ୍କ୍ୟୁ ଅପରେସନ ପାଇଁ ସହାୟତା ମାଗିବା ପରେ ଭୁବନେଶ୍ୱରରୁ ଏକ ଏୟାରକ୍ରାଫ୍ଟ ଘଟଣାକୁ ସ୍ଥଳକୁ ଯାଇ ସର୍ଚ୍ଚ ଅପରେସନ ଜାରି ରଖିଛି ।




