+୨ ଛାତ୍ରଙ୍କ ଆତ୍ମହତ୍ୟା

ବ୍ରହ୍ମପୁର : ବର୍ତ୍ତମାନ ଚାଲିଛି ପରୀକ୍ଷା ଋତୁ I ଏହି ସମୟରେ ବିଭିନ୍ନ ସ୍ଥାନରୁ ଛାତ୍ରଙ୍କର ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି I ପୁଣି ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ଦେବାଶିଷ ସେଠୀ I ତାଙ୍କ ଘର ବୈଦ୍ୟନାଥପୁର ଥାନା ସୂର୍ଯ୍ୟନଗର ଅଞ୍ଚଳରେ । ସେ ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ । ସୂଚନାନୁସାରେ,ଗତକାଲି ଦେବାଶିଷଙ୍କ ଫିଜିକ୍ସ […]

Samaya Live Picture
Published On

ବ୍ରହ୍ମପୁର : ବର୍ତ୍ତମାନ ଚାଲିଛି ପରୀକ୍ଷା ଋତୁ I ଏହି ସମୟରେ ବିଭିନ୍ନ ସ୍ଥାନରୁ ଛାତ୍ରଙ୍କର ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି I ପୁଣି ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ଦେବାଶିଷ ସେଠୀ I ତାଙ୍କ ଘର ବୈଦ୍ୟନାଥପୁର ଥାନା ସୂର୍ଯ୍ୟନଗର ଅଞ୍ଚଳରେ । ସେ ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ ।

ସୂଚନାନୁସାରେ,ଗତକାଲି ଦେବାଶିଷଙ୍କ ଫିଜିକ୍ସ ପରୀକ୍ଷା ଥିଲା । ବ୍ରହ୍ମପୁର ଖଲିକୋଟ ବିଶ୍ୱବିଦ୍ୟାଳୟରେ ସେଣ୍ଟର୍ ପଡ଼ିଥିଲା । ସେଠାରେ କଲେଜର ଆଭ୍ୟନ୍ତରୀଣ ଟିମ୍ ପକ୍ଷରୁ ଚଢାଉ ବେଳେ ଦେବାଶିଷଙ୍କୁ କପି ପାଇଁ ବୁକ୍ କରିଥିଲେ। ଏହାପରେ ସନ୍ଧ୍ୟାରେ ଦେବାଶିଷଙ୍କୁ ପରିବାର ଲୋକେ ଏକ କୋଠରୀରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ସେଠାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ପରିବାର ଲୋକେ ବ୍ରହ୍ମପୁର MKCG ମେଡିକାଲକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଦେବାଶିଷଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣ ପଡ଼ିନାହିଁ I ବୈଦ୍ୟନାଥପୂର ଥାନା ପୋଲିସ ପହଁଚି ତଦନ୍ତ କରୁଛି

Tags: