୨ ଭଉଣୀଙ୍କ ସଲିଳ ସମାଧି

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ରେ ଅଭାବନୀୟ ଘଟଣା I ଗାଧୋଇବାବେଳେ ପୋଖରୀରେ ବୁଡି ଯାଇ ୨ ସମ୍ପର୍କୀୟ ଭଉଣୀଙ୍କ ଘଟିଛି ସଲିଳ ସମାଧି I ମୃତ ୨ ନାବାଳିକା ଭଉଣୀ ହେଲେ ବିଂଝାରପୁର ବ୍ଲକ ଅଳକୁଣ୍ଡ ପଞ୍ଚାୟତ ଗୁହଳି ଗାଁର ଗୋପ ମଲ୍ଲିକଙ୍କ ଝିଅ ମୋହିନୀ ମଲ୍ଲିକ ଏବଂ ପ୍ରଶାନ୍ତ ମଲ୍ଲିକଙ୍କ ଝିଅ ସ୍ଵର୍ଣ୍ଣପ୍ରଭା ମଲ୍ଲିକ I ୨ ଭଉଣୀ ନିକଟସ୍ଥ ପୋଖରୀରେ ଗାଧୋଇବାବେଳେ ହଠାତ ବୁଡିଯାଇଥିଲେ I କିଛି ସମୟ ପରେ ପରିବାର […]

Samaya Live Picture
Published On

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ରେ ଅଭାବନୀୟ ଘଟଣା I ଗାଧୋଇବାବେଳେ ପୋଖରୀରେ ବୁଡି ଯାଇ ୨ ସମ୍ପର୍କୀୟ ଭଉଣୀଙ୍କ ଘଟିଛି ସଲିଳ ସମାଧି I ମୃତ ୨ ନାବାଳିକା ଭଉଣୀ ହେଲେ ବିଂଝାରପୁର ବ୍ଲକ ଅଳକୁଣ୍ଡ ପଞ୍ଚାୟତ ଗୁହଳି ଗାଁର ଗୋପ ମଲ୍ଲିକଙ୍କ ଝିଅ ମୋହିନୀ ମଲ୍ଲିକ ଏବଂ ପ୍ରଶାନ୍ତ ମଲ୍ଲିକଙ୍କ ଝିଅ ସ୍ଵର୍ଣ୍ଣପ୍ରଭା ମଲ୍ଲିକ I ୨ ଭଉଣୀ ନିକଟସ୍ଥ ପୋଖରୀରେ ଗାଧୋଇବାବେଳେ ହଠାତ ବୁଡିଯାଇଥିଲେ I କିଛି ସମୟ ପରେ ପରିବାର ଲୋକେ ଖୋଜାଖୋଜି କରିବାରୁ ଉଭୟଙ୍କ ଲୁଗାପଟା ପୋଖରୀ ହୁଡ଼ାରୁ ଦେଖିବାକୁ ପାଇଥିଲେ I ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ପୋଖରୀରୁ ଉଦ୍ଧାର କରି ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା I କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ୨ ଭଉଣୀଙ୍କ ଅକାଳ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି I

Tags: